ଭୁବନେଶ୍ବର : ରୁଷିଆର ସୋଚିଠାରେ ଚାଲିଥିବା ଫିଡେ ମହିଳା ବିଶ୍ବକପ୍ ଚେସ୍ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡର ଦୁଇଟି ଯାକ ଗେମ୍ରେ ଓଡ଼ିଆ ଆଇଏମ୍ ପଦ୍ମିନୀ ରାଉତ ପଏଣ୍ଟ ବାଣ୍ଟିଛନ୍ତି। ଗୁରୁବାର ୨୪୭୦ ରେଟିଂପ୍ରାପ୍ତ ଇରାନର ସାରାସାଦାତ ଖାଡେମାଲସାରିଙ୍କ ବିପକ୍ଷ ପ୍ରଥମ ଗେମ୍କୁ ଅମୀମାଂସିତ ରଖିଥିବା ପଦ୍ମିନୀ ଶୁକ୍ରବାର ଦ୍ବିତୀୟ ଗେମ୍ରେ ମଧ୍ୟ ୦.୫ ପଏଣ୍ଟ କରାୟତ୍ତ କରିଛନ୍ତି। ଫଳରେ ଉଭୟ ଖେଳାଳି ସମାନ ୧ ପଏଣ୍ଟ ଲେଖାଏଁ ପାଇ ଦ୍ବିତୀୟ ରାଉଣ୍ଡକୁ ଅମୀମାଂସିତ ରଖିଛନ୍ତି। ଫଳରେ ତୃତୀୟ ରାଉଣ୍ଡ ସ୍ଥାନ ଲାଗି ଉଭୟ ଖେଳାଳି ଶନିବାର ନକ୍ଆଉଟ ଗେମ୍ ଖେଳିବେ। ପ୍ରଥମ ରାଉଣ୍ଡରେ ପଦ୍ମିନୀ (୨୩୭୦) ନିଜଠୁ ଉଚ୍ଚ ରେଟିଂର ଆଜରବୈଜାନ ଖେଳାଳି ଉଲଭିୟା ଫାତାଲିୟେଭାଙ୍କୁ ୨-୦ରେ ପରାସ୍ତ କରିଥିଲେ।
ଫିଡେ ବିଶ୍ବକପ୍: ପୁଣି ପଏଣ୍ଟ ବାଣ୍ଟିଲେ ପଦ୍ମିନୀ
Advertisment
Follow Us