ବଏକଟ୍ ନକରି ବି ଭାରତ ଜବାବ ଦେଇଦେଲା: ପହଲଗାମ୍ ଆକ୍ରମଣରେ ମୃତ ନୌସେନା ଅଧିକାରୀଙ୍କ ବାପା

ଭାରତର ବିଜୟ ପରେ ଏବେ ଖୁସି ବ୍ୟକ୍ତ କରିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ବାପା। ବଏକଟ୍ ନକରି ବି ଭାରତ ଜବାବ ଦେଇଦେଲା ବୋଲି ସେ କହିଛନ୍ତି।

New Project (9)

ଦୁବାଇ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍‌ ସିନ୍ଦୂରର ସଫଳତା ପରେ କ୍ରିକେଟ୍‌ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ଚଳିତ ଏସିଆ କପ୍‌ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି। ଭାରତୀୟ ବୋଲରମାନେ ପାକିସ୍ତାନକୁ ୧୨୭/୯ରେ ରୋକିଦେବା ପରେ ଜନ୍ମଦିନରେ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ପାଳି (୩୭ ବଲ୍‌ରୁ ୪୭* ରନ୍) ଭାରତକୁ ସହଜ ବିଜୟ ଦେଇଥିଲା। ପୂର୍ବରୁ ଶୁବମନ ଗିଲ୍ (୧୦) ଶସ୍ତାରେ ଆଉଟ୍ ହୋଇଯିବା ପରେ ଅଭିଷେକ ଶର୍ମା (୧୩ ବଲ୍‌ରୁ ୩୧ ରନ୍) ଏବଂ ତିଳକ ବର୍ମା (୩୧ ବଲ୍‌ରୁ ୩୧ ରନ୍) ପାଲଟା ପାଳି ଖେଳିଥିଲେ। କୁଲଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ତେବେ ଭାରତର ବିଜୟ ପରେ ଏବେ ଖୁସି ବ୍ୟକ୍ତ କରିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ବାପା। ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ହଠାତ୍ ଆକ୍ରମଣ କରିବା ପରେ ୨୬ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପରେ ବି ଭାରତ, ପାକିସ୍ତାନ ସହିତ ଏସିଆ କପ୍‌ରେ ଖେଳିବାରୁ ବିସିସିଆଇକୁ ବଏକଟ୍ କରିବାକୁ ଦାବି ଜୋରତ ଧରିଥିଲା। ରବିବାର ମହାବିଜୟ ପରେ ଏବେ ଖୁସି ବ୍ୟକ୍ତ କରିଛନ୍ତି ବିନୟଙ୍କ ବାପା ରାଜେଶ ନରୱାଲ। ଭାରତୀୟ କ୍ରିକେଟ୍ ଦଳ ସେମାନଙ୍କର ବିଜୟକୁ ୨୬ଜଣ ମୃତକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବାରୁ ସେ ପ୍ରଶଂସା କରି କହିଛନ୍ତି ଯେ, "ବଏକଟ୍ ନକରି ବି ଭାରତ, ପାକିସ୍ତାନକୁ ଉଚିତ୍ ଜବାବ ଦେଇଦେଲା। ପାକିସ୍ତାନକୁ ବଏକଟ୍‌ କରାଯିବା ଉଚିତ୍। ମ୍ୟାଚ୍ କିମ୍ବା ଏସିଆ କପ୍ ନୁହେଁ।"

ତାଙ୍କ କହିବା ମୁତାବକ, "ଟୁର୍ଣ୍ଣାମେଣ୍ଟ ନୁହେଁ, ପାକିସ୍ତାନକୁ ବଏକଟ୍‌ କରିବା ଉଚିତ। ଏହା ଦ୍ଵାରା ପାକିସ୍ତାନର ଲୋକମାନଙ୍କୁ ଏକ ବାର୍ତ୍ତା ଯିବ ଯେ, କିଛି ଲୋକଙ୍କ ଯୋଗୁଁ ସମଗ୍ର ଦେଶ ବିଶ୍ୱ ସ୍ତରରେ ଅପମାନିତ ହେଉଛି।"

pakistan | Asia

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe