ଭାରତ ଠାରୁ ହାରିବା ପରେ ଆତ୍ମହତ୍ୟା ଚିନ୍ତା କରିଥିଲି: ପାକିସ୍ତାନ କୋଚ ଆର୍ଥର

Advertisment
ଭାରତ ଠାରୁ ହାରିବା ପରେ ଆତ୍ମହତ୍ୟା ଚିନ୍ତା କରିଥିଲି: ପାକିସ୍ତାନ କୋଚ ଆର୍ଥର

Navabharat Times

ଲଣ୍ଡନ: ପାକିସ୍ତାନର ମୁଖ୍ୟ କୋଚ ମିକି ଆର୍ଥର କହିଛନ୍ତି, ବର୍ତ୍ତମାନ କ୍ରିକେଟ ବିଶ୍ୱକପ୍‌ରେ ଚିର ପ୍ରତିଦ୍ୱନ୍ଦୀ ଭାରତ ଠାରୁ ପାକିସ୍ତାନ ହାରିବା ପରେ ମୁଁ ମାନସିକ ରୂପରେ ଭାଙ୍ଗିପଡ଼ିଥିଲି। ମୋର ମାନସକ ସ୍ଥିତି ଏଭଳି ଏକ ସ୍ତରକୁ ପହଂଚି ଯାଇଥିଲା ଯେ, ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଥିଲା। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ରେ ଗତ ୧୬ ତାରିଖ ପାକିସ୍ତାନ ଟିମ୍‌କୁ ଭାରତ ୮୯ ରନ୍‌ରେ ପରାସ୍ତ କରିଥିଲା।

ଆର୍ଥର ଗଣମାଧ୍ୟମକୁ କହିଛନ୍ତି, ଗତ ରବିବାର ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି। ଏହା ଏକ ମ୍ୟାଚ୍‌ ଥିଲା। ପୁଣି ବିଶ୍ୱକପ୍‌। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ହାରିଲେ ଲୋକମାନଙ୍କର ଦ୍ୱାରା ସମାଲୋଚନାର ଶିକାର ହେବାକୁ ପଡିଥାଏ। ଗଣମାଧ୍ୟମରେ ଆଲୋଚନା ଓ ସମାଲୋଚନାତ୍ମକ ଖବର ପ୍ରକାଶ ପାଇଥାଏ। ବିଭିନ୍ନ ପ୍ରକାରର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥାଏ।

ପାକିସ୍ତାନ ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ ମ୍ୟାଚ୍‌ ଖେଳିବା ପାଇଁ ଆଶା ରଖିଛି। ଆର୍ଥର କହିଛନ୍ତି ଯେ, ତାଙ୍କର ଟିମ୍‌ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ଭଲ ଖେଳି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ। ସେ କହିଛନ୍ତି, ଆମେ ଆମର ସବୁ ଖେଳାଳିଙ୍କୁ ଆଗାମୀ ଦିନରେ ଭଲ ମ୍ୟାଚ୍‌ ଖେଳିବାକୁ କହିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe