ଭାରତୀୟ ଦ୍ରୁତ ବୋଲରଙ୍କ ନବଜାତ ପାଇଁ ପାକିସ୍ତାନ କ୍ରିକେଟର ଦେଲେ ଭେଟି

Advertisment
ଭାରତୀୟ ଦ୍ରୁତ ବୋଲରଙ୍କ ନବଜାତ ପାଇଁ ପାକିସ୍ତାନ କ୍ରିକେଟର ଦେଲେ ଭେଟି

କଲମ୍ବୋ:  ଚଳିତ ଏସିଆ କପ୍ ସୁପର୍‌ ଫୋର୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ୨୪.୧ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍‌ କରି ଦୃଢ଼ ସ୍ଥିତିରେ ଥିବାବେଳେ ଗତକାଲି ବର୍ଷା ଓ ଓଦା ପଡ଼ିଆ କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା। ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ସୋମବାର ଭାରତ ସେହି ଅଧା ପାଳି (୨୪.୧ ଓଭର)ଠାରୁ ହିଁ ପୁନଃ ଖେଳିବ।

ଆଜି ଅପରାହ୍ନ ୩ ଟାରୁ ମ୍ୟାଚ ଆରମ୍ଭ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳ ଦେଖିବାକୁ ଖେଳ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ଭାରତ ଓ ପାକିସ୍ତାନ ଚିରପ୍ରତିଦ୍ୱନ୍ଦ୍ୱୀ ଭାବେ ପଡ଼ିଆରେ ଖେଳୁଥିବା ବେଳେ ଉଭୟ ଦେଶର କ୍ରିକେଟରମାନେ ପଡ଼ିଆ ବାହାରେ ଭଲ ବନ୍ଧୁ ରହିଛନ୍ତି।

ନିକଟରେ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ପୁତ୍ର ସନ୍ତାନର ବାପା ହେବା ପରେ ପାକିସ୍ତାନ କ୍ରିକେଟର ଶାହିନ ଆଫ୍ରିଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଜୁନିୟର ବୁମ୍‌ରାଙ୍କ ପାଇଁ ଏକ ଉପହାର ଦେବା ସହ ଆର୍ଶୀବାଦ ବି ଦେଇଛନ୍ତି। ଦୁଇଦେଶର ଖେଳାଳିଙ୍କ ମଧ୍ୟରେ ଏଭଳି ଭଲ ପାଇବା ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସେହିପରି ବିରାଟ କୋହଲି ନିକଟରେ ଶ୍ରୀଲଙ୍କାର ଜୁନିୟର୍ସ କ୍ରିକେଟରଙ୍କ ସହିତ ଖୋଲାଖୋଲି ଆଲୋଚନା କରିବା ସହିତ କିଛି ଟିପ୍ସ ଦେଇଥିଲେ। ଏହି ସମୟରେ ଶ୍ରୀଲଙ୍କାର ଜଣେ କ୍ରିକେଟର ତଥା କୋହିଲଙ୍କ ଫ୍ୟାନ ବିରାଟଙ୍କୁ ରୁପାର ଏକ ବ୍ୟାଟ ଦେଇଥିଲେ।

ଏହି ରୁପା ବ୍ୟାଟ ପାଇ ବିରାଟ ଖୁସି ହୋଇଯାଇଥିଲେ। କାରଣ ଏହି ଉପହାର ତାଙ୍କୁ ବେଶ ପସନ୍ଦ ଆସିଥିଲା। ଏହି ବ୍ୟାଟ ତାଙ୍କ ପାଇଁ ବଡ଼ ଉପହାର ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe