ଅମ୍ପାୟାରଙ୍କ ଯୋଗୁଁ ହାରିଲୁ : ପାକିସ୍ତାନ ଅଧିନାୟକ

ଭାରତଠାରୁ ସୁପର ଫୋର୍ ମ୍ୟାଚ୍ ହାରିବା ପରେ, ଯେତେବେଳେ ସଲମାନ ଆଗା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇଥିଲେ, ତାଙ୍କୁ ଫଖର ଜମାନଙ୍କ ଆଉଟ୍ ବିଷୟରେ ପ୍ରଶ୍ନ କରାଯାଇଥିଲା। ଜବାବରେ, ପାକିସ୍ତାନୀ ଅଧିନାୟକ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ।

New Project (18)

ଦୁବାଇ : ଏସିଆ କପ୍ ୨୦୨୫ର ସୁପର ଫୋର୍ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ପାଇଁ ପାକିସ୍ତାନ ନିଜ ଦଳରେ ଅନେକ ପରିବର୍ତ୍ତନ କରିଥିଲା। ସବୁଠାରୁ ବଡ଼ ପରିବର୍ତ୍ତନ ଥିଲା ସେମାନଙ୍କର ଓପନିଂ ଯୋଡିରେ। ପାକିସ୍ତାନ ପାଇଁ ସାହିବଜାଦା ଫରହାନ ଏବଂ ଫଖର ଜମାନ ଇନିଂସ ଓପନ କରିଥିଲେ। ସେମାନେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ ତୃତୀୟ ଓଭରରେ ଫଖର ଜମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଓ୍ବିକେଟ ପଛପଟେ ସଂଜୁ ସାମସନଙ୍କ ହାତରେ ଧରା ପଡ଼ିଥିଲେ । କିନ୍ତୁ ଏହି କ୍ୟାଚକୁ ନେଇ ବିବାଦ ସୃଷ୍ଟି ହୋଇଛି । କାରଣ ବଲଟି ଭୂମି ସ୍ପର୍ଶ କରିଥିଲା ବୋଲି ପାକିସ୍ତାନ ଖେଳାଳିମାନେ ଦାବି କରୁଛନ୍ତି । ଏହା ସତ୍ତ୍ବେ ଥାର୍ଡ ଅମ୍ପାୟାର ଏହାକୁ ଆଉଟ ଦେଇଥିଲେ । 

ଭାରତଠାରୁ ସୁପର ଫୋର୍ ମ୍ୟାଚ୍ ହାରିବା ପରେ, ଯେତେବେଳେ ସଲମାନ ଆଗା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇଥିଲେ, ତାଙ୍କୁ ଫଖର ଜମାନଙ୍କ ଆଉଟ୍ ବିଷୟରେ ପ୍ରଶ୍ନ କରାଯାଇଥିଲା। ଜବାବରେ, ପାକିସ୍ତାନୀ ଅଧିନାୟକ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ବଲଟି ବାଉନ୍ସ ହୋଇ ( ଭୂମିରେ ପଡ଼ି) କିପରଙ୍କ ହାତକୁ ଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe