୧୮ ବର୍ଷ ବୟସରେ କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ତାନର ଆୟେଶା ନସିମ୍ !

Advertisment
୧୮ ବର୍ଷ ବୟସରେ କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ତାନର ଆୟେଶା ନସିମ୍ !

କରାଚି: ସେ ପ୍ରଥମେ କ୍ରିକେଟକୁ ବାଛିଥିଲେ, ପରେ ୧୫ ବର୍ଷ ବୟସରେ ପାକିସ୍ତାନ ପାଇଁ ଟି-୨୦ ପଦାର୍ପଣ କରିଥିଲେ। ଆଉ ଏବେ ଯେତେବେଳେ ଆକାଶରେ ଉଡିବା ପାଇଁ ସୁଯୋଗ ଥିଲେ, ସେତେବେଳେ ୧୮ ବର୍ଷୀୟ ଆୟେଶା ନସିମ କ୍ରିକେଟକୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ସେମାନଙ୍କ ସାଥୀ ଖେଳାଳିମାନେ ମଧ୍ୟ ଏହି ନିଷ୍ପତ୍ତିରେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି। ତାଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସବୁ ବିଫଳ ହୋଇଥିଲା ।  ଏକ ସମୟରେ ୱାସିମ ଆକ୍ରମ ତାଙ୍କୁ ବହୁତ ପ୍ରତିଭାଶାଳୀ ବୋଲି ବର୍ଣ୍ଣନା କରିଥିଲେ କିନ୍ତୁ ବର୍ତ୍ତମାନ ସେ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି।

ବୋର୍ଡସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆୟେଶା ଫେବ୍ରୁଆରି-ମାର୍ଚ୍ଚରେ ପିସିବିକୁ ଜଣାଇଥିଲେ ଯେ ସେ କ୍ରିକେଟ୍ ଖେଳିବା ବନ୍ଦ କରିଦେଇଛନ୍ତି। ଇସଲାମ ସେବା ପାଇଁ ଆୟେଶା ନସିମ ଅନ୍ତର୍ଜାତୀୟ କ୍ରିକେଟ  ଛାଡିଛନ୍ତି। ପାକିସ୍ତାନ ମହିଳା ଦଳର ଅଧିନାୟିକା ନିଦା ଦର୍ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଆୟେଶା ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ସେ କହିଥିଲେ ଯେ ଇସ୍ଲାମ ପ୍ରଦର୍ଶିତ ରାସ୍ତା ଅନୁସାରେ ସେ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe