ଦିନିକିଆ ବିଶ୍ବକପ ଖେଳିବାକୁ ଭାରତ ଆସିବ ନାହିଁ ପାକିସ୍ତାନ କ୍ରିକେଟ୍ ଦଳ

ଦିନିକିଆ ବିଶ୍ବକପ ଖେଳିବାକୁ ଭାରତ ଆସିବ ନାହିଁ ପାକିସ୍ତାନ କ୍ରିକେଟ୍ ଦଳ

cricket pakistan

ମୁମ୍ବାଇ : ଚଳିତ ବର୍ଷ ଶେଷଭାଗରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ବକପ୍ । କିନ୍ତୁ ପାକିସ୍ତାନ ଏହି ବିଶ୍ବକପ ଖେଳିବାକୁ ଭାରତ ଆସିବ ନାହିଁ । ପାକିସ୍ତାନ ଦଳ ବାଂଲାଦେଶରେ ୨୦୨୩ ବିଶ୍ୱକପର ମ୍ୟାଚ୍ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ, କିନ୍ତୁ ଦୁଇ ଦେଶ (ଭାରତ ବନାମ ପାକିସ୍ତାନ) ମଧ୍ୟରେ ରାଜନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଆଇସିସି ସ୍ତରରେ ଏହା ଉପରେ ଆଲୋଚନା ହୋଇଛି ଏବଂ ହାଇବ୍ରିଡ୍ ଏସିଆ କପ୍ ମଡେଲକୁ ଏହାର ସମାଧାନ ଭାବରେ ଦେଖାଯାଉଛି। ପାକିସ୍ତାନ ଏସିଆ କପ୍ ଆୟୋଜନ କରୁଛି କିନ୍ତୁ ଭାରତ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବ। ଏଭଳି ସ୍ଥିତିରେ ଏବେ ପାକିସ୍ତାନ ମଧ୍ୟ ଭାରତକୁ ଜବାବ ଦେଇଛି ।

ବିସିସିଆଇ ଓ ପିସିବି ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ନୂଆ ରୂପ ନେଇଛି। ପିସିବିର ପୂର୍ବତନ ସିଇଓ ତଥା ଆଇସିସି କ୍ରିକେଟ୍ ମହାପ୍ରବନ୍ଧକ ୱାସିମ ଖାନ୍ ଦାବି କରିଛନ୍ତି ଯେ ପାକିସ୍ତାନ ଦଳ ଏବେ ଭାରତରେ ନୁହେଁ ବରଂ ଏକ ନିରପେକ୍ଷ ସ୍ଥାନରେ (ସମ୍ଭାବ୍ୟ ବାଂଲାଦେଶ) ଆଇସିସି ବିଶ୍ୱକପ୍ ଖେଳିବାକୁ ପସନ୍ଦ କରିବ। ଭାରତ ଏସିଆ କପ୍ ୨୦୨୩ ମ୍ୟାଚ୍ ପାକିସ୍ତାନରେ ଖେଳିବା ପରିବର୍ତ୍ତେ ନିରପେକ୍ଷ ସ୍ଥାନରେ ଖେଳିବାକୁ ରାଜି ହେବା ପରେ ଇମ୍ରାନ୍ ଏହି ବୟାନ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe