ପାକିସ୍ତାନରେ ଏସିସି ପ୍ରତିଯୋଗିତାକୁ ବିସିସିଆଇର ବିରୋଧ

Advertisment
ପାକିସ୍ତାନରେ ଏସିସି ପ୍ରତିଯୋଗିତାକୁ ବିସିସିଆଇର ବିରୋଧ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍‌ ପରିଷଦ ବା ଏସିସି ପରବର୍ତୀ ଏସିଆନ୍‌ ଇମର୍ଜିଂ ନେସନ୍ସ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଆୟୋଜନ ଅଧିକାର ପାକିସ୍ତାନକୁ ପ୍ରଦାନ କରିବାକୁ ବିସିସିଆଇ ତୀବ୍ର ବିରୋଧ କରିଛି। ଅକ୍ଟୋବର ୨୯ ତାରିଖରେ ଲାହୋରରେ ବସିଥିବା ଏସିସି ବୈଠକରେ ଏହି ପ୍ରତିଯୋଗିତାର ଆୟୋଜକ ଦେଶ ଭାବେ ପାକିସ୍ତାନକୁ ବଛା ଯାଇଥିଲା। ବୈଠକରେ ବିସିସିଆଇର କୌଣସି ପ୍ରତିନିଧି ଯୋଗ ଦେଇ ନଥିଲେ। ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାକୁ ଭାରତ ଏବେ ପ୍ରସ୍ତୁତ ନଥିବାରୁ ଏହି ପ୍ରତିଯୋଗିତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିସିସିଆଇ ଦାବି କରିଛି। ବିସିସିଆଇର ଖୋଲା ବିରୋଧ ପରେ ଏହି ପ୍ରତିଯୋଗିତା ପାକିସ୍ତାନରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe