ହାମିଲଟନ୍: ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଘରୋଇ ନ୍ୟୁଜିଲାଣ୍ଡ୍ ଦଳ ୪-୦ରେ ଆଗୁଆ ହୋଇଛି। ମଙ୍ଗଳବାର ଚତୁର୍ଥ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ୫ ଓ୍ଵିକେଟ୍ରେ ବିଜୟୀ ହୋଇଥିଲା। ଫକର ଜମନ୍ (୫୪, ୭୫ ବଲ୍, ୭ ଚୌକା, ୧ ଛକା), ହାରିସ୍ ସୋହେଲ (୫୦, ୭୪ ବଲ୍, ୪ ଚୌକା, ୧ ଛକା)ଏବଂ ମହମ୍ମଦ ହାଫିଜ (୮୧, ୮୦ ବଲ୍, ୫ ଚୌକା, ୪ ଛକା)ଙ୍କ ଅର୍ଧଶତକ ବଳରେ ପାକିସ୍ତାନ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୬୨ ରନ୍ କରିଥିଲା। ଟିମ୍ ସାଉଦି ୩ ଓ୍ଵିକେଟ୍ ଏବଂ କେନ୍ ଓ୍ଵିଲିୟମ୍ସନ୍ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ କଲିନ୍ ମୁନ୍ରୋ (୫୬, ୪୩ ବଲ୍, ୮ ଚୌକା, ୨ ଛକା), ହାମିସ୍ ନିକୋଲ୍ସ (୫୨*, ୭୦ ବଲ୍, ୩ ଚୌକା) ଏବଂ କଲିନ୍ ଡି’ ଗ୍ରାଣ୍ଡ୍ହୋମ୍ (୭୪*, ୪୦ ବଲ୍, ୭ ଚୌକା, ୫ ଛକା) ବିସ୍ଫୋରକ ବ୍ୟାଟିଂ କରି ଘରୋଇ ଦଳକୁ ବିଜୟୀ କରାଇଥିଲେ। ମାର୍ଟିନ୍ ଗପ୍ଟିଲ୍ (୩୧) ଏବଂ କେନ୍ ଓ୍ଵିଲିୟମ୍ସନ୍ (୩୨) ମଧ୍ୟ ଶୀର୍ଷକ୍ରମରେ ଭଲ ବ୍ୟାଟିଂ କରିଥିଲେ। ନ୍ୟୁଜିଲାଣ୍ଡ୍ ୪୫.୫ ଓଭରରେ ୫ ଓ୍ଵିକେଟ୍ ହରାଇ ୨୬୩ ରନ୍ କରି ନେଇଥିଲା। ଗ୍ରାଣ୍ଡହୋମ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us