ପାକିସ୍ତାନ ୧୭୪ ରନ୍‌ରେ ସଫା

Advertisment
ପାକିସ୍ତାନ ୧୭୪ ରନ୍‌ରେ ସଫା

ଲିଡ୍‌ସ: ଲର୍ଡସ୍‌ରେ ପରାଜୟ ସତ୍ତ୍ୱେ ଲିଡ୍‌ସ ଟେଷ୍ଟରେ ଇଂଲଣ୍ଡ ଜବରଦସ୍ତ ପ୍ରତ୍ୟାବର୍ତନ କରିଛି। ପାକିସ୍ତାନକୁ ଦ୍ୱିତୀୟ ତଥା ଶେଷ ଟେଷ୍ଟ୍‍ର ପ୍ରଥମ ଦିନରେ ମାତ୍ର ୧୭୪ ରନ୍‌ରେ ଆଉଟ୍‌ କରି ଶୃଙ୍ଖଳାକୁ ବରାବର ରଖିବାର ସଙ୍କେତ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦ୍ରୁତ ବୋଲରଙ୍କୁ ମୁକାବିଲା କରି ନପାରି ୧୧୩ ରନ୍‌ରେ ୮ ଓ୍ଵିକେଟ୍‌ ହରାଇ ଥିବାବେଳେ ସାଦବ ଖାନ୍‌ (୫୬, ୫୨ ବଲ୍‌, ୧୦ ଚୌକା) ଏବଂ ହାସନ୍‌ ଅଲୀ (୨୪, ୧୬ ବଲ୍‌, ୫ ଚୌକା)ଙ୍କ ଭାଗୀଦାରି ବଳରେ ଦଳ ୧୭୪ ରନ୍‌ କରିପାରିଥିଲା। ଜବାବରେ ପ୍ରଥମ ଦିନ ଷ୍ଟମ୍ପସ୍‌ ଅପସାରଣ ବେଳକୁ ଇଂଲଣ୍ଡ ୨ ଓ୍ଵିକେଟ୍‌ରେ ୧୦୬ ରନ୍‌ କରିଥିଲା।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୪୮.୧ ଓଭରରେ ୧୭୪ (ସାଦବ ଖାନ୍‌୦୫୬, ହାରିସ୍‌ ସୋହେଲ୍‌-୨୮, ଅସଦ୍‌ ସଫିକ୍‌-୨୭, ହାସନ୍‌ ଅଲୀ-୨୪, ଷ୍ଟୁଆର୍ଟ ବ୍ରଡ୍‌-୩/୩୮, ଜେମ୍‌ସ ଆଣ୍ଡରସନ୍‌-୩/୪୩, କ୍ରିସ୍‌ ଓ୍ଵକ୍‌ସ-୩/୫୫, ସାମ୍‌ କୁରାନ୍‌-୧/୩୩)। ଇଂଲଣ୍ଡ ପ୍ରଥମ ପାଳି: ୩୭ ଓଭରରେ ୧୦୬/୨ (କିଟନ୍‌ ଜେନିଙ୍ଗ୍‌ସ-୨୯, ଆଲେଷ୍ଟର୍‌ କୁକ୍‌-୪୬, ଜୋ ରୁଟ୍‌-୨୯*, ଫହିମ୍‌ ଅସ୍ରଫ୍‌-୧/୧୬, ହାସନ ଅଲ୍ଲୀ ୧/୨୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe