ପାକିସ୍ତାନ ଭାଙ୍ଗିଲା ପରାଜୟ ଧାରା: ନୋମାନ୍‌ଙ୍କୁ ୮ ୱିକେଟ୍‌, ଇଂଲଣ୍ଡ ୧୫୨ ରନ୍‌ରେ ହାରିଲା

Advertisment

ଦଳ ଚୟନ ଓ ପିଚ୍‌ ପ୍ରସ୍ତୁତିରେ ଠିକଣା ଚାଲ୍ ଖେଳିବା ପରେ ଘରୋଇ ପରିବେଶରେ ଟେଷ୍ଟ୍ କ୍ରିକେଟ୍ ପରାଜୟ ଧାରାକୁ ଭାଙ୍ଗିଛି ପାକିସ୍ତାନ ଦଳ। ବାବର ଆଜମଙ୍କ ବଦଳରେ ଖେଳିଥିବା କାମରାନ୍ ଗୁଲାମଙ୍କ ପଦାର୍ପଣ ଶତକ ପରେ ଦୁଇ ଭେଟେରାନ୍ ବୋଲର ସାଜିଦ୍ ଖାନ୍ ଓ ନୋମାନ୍‌ ଅଲ୍ଲୀଙ୍କ...

ଦଳ ଚୟନ ଓ ପିଚ୍‌ ପ୍ରସ୍ତୁତିରେ ଠିକଣା ଚାଲ୍ ଖେଳିବା ପରେ ଘରୋଇ ପରିବେଶରେ ଟେଷ୍ଟ୍ କ୍ରିକେଟ୍ ପରାଜୟ ଧାରାକୁ ଭାଙ୍ଗିଛି ପାକିସ୍ତାନ ଦଳ। ବାବର ଆଜମଙ୍କ ବଦଳରେ ଖେଳିଥିବା କାମରାନ୍ ଗୁଲାମଙ୍କ ପଦାର୍ପଣ ଶତକ ପରେ ଦୁଇ ଭେଟେରାନ୍ ବୋଲର ସାଜିଦ୍ ଖାନ୍ ଓ ନୋମାନ୍‌ ଅଲ୍ଲୀଙ୍କ...

adaadad

ମୁଲ୍‌ତାନ୍‌: ଦଳ ଚୟନ ଓ ପିଚ୍‌ ପ୍ରସ୍ତୁତିରେ ଠିକଣା ଚାଲ୍ ଖେଳିବା ପରେ ଘରୋଇ ପରିବେଶରେ ଟେଷ୍ଟ୍ କ୍ରିକେଟ୍ ପରାଜୟ ଧାରାକୁ ଭାଙ୍ଗିଛି ପାକିସ୍ତାନ ଦଳ। ବାବର ଆଜମଙ୍କ ବଦଳରେ ଖେଳିଥିବା କାମରାନ୍ ଗୁଲାମଙ୍କ ପଦାର୍ପଣ ଶତକ ପରେ ଦୁଇ ଭେଟେରାନ୍ ବୋଲର ସାଜିଦ୍ ଖାନ୍ ଓ ନୋମାନ୍‌ ଅଲ୍ଲୀଙ୍କ ଅସାଧାରଣ ବୋଲିଂ କାରଣରୁ ପାକିସ୍ତାନ ଏହି ବହୁ ପ୍ରତୀକ୍ଷିତ ବିଜୟ ପାଇଛି। ଉଭୟ ମିଳିତ ଭାବେ ୨୦ ୱିକେଟ୍ ଦଖଲ କରି ଏହି ସଫଳତା ଆଣି ଦେଇଛନ୍ତି। ଏଥି ସହ ପ୍ରଥମ ଟେଷ୍ଟ୍‌ରେ ୫୫୬ ରନ୍ କରି ହାରିଥିବା ପାକିସ୍ତାନ ଏହାର ମଧୁର ପ୍ରତିଶୋଧ ନେଇଛି। ୩ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ବି ୧-୧ ସ୍ତରକୁ ଚାଲି ଆସିଛି। ଇଂଲଣ୍ଡ ସମ୍ମୁଖରେ ପାକିସ୍ତାନ ୨୯୭ ରନ୍ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ୩୮ ବ‌ର୍ଷୀୟ ବାମହାତୀ ସ୍ପିନର୍ ନୋମାନ୍‌ ଅଲ୍ଲୀ (୧୬.୩-୧-୪୬-୮)ଏବଂ ସାଥୀ ଅଫସ୍ପିନର୍‌ ସାଜିଦ୍ ଖାନ୍ (୧୭-୦-୪୩-୨)ନିରଂତର ଦୁଇ ପାର୍ଶ୍ବରୁ ବୋଲିଂ କରି ସମସ୍ତ ୧୦ ୱିକେଟ୍‌ ବାଣ୍ଟି ନେଇଥିଲେ। ଇଂଲଣ୍ଡ ପାଇଁ ଅଧିନାୟକ ବେନ୍ ଷ୍ଟୋକ୍ସ ସର୍ବାଧିକ ୩୭ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ତାଙ୍କ ଦଳ ଦ୍ବିତୀୟ ପାଳିରେ ୧୪୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।

ଦ୍ବିତୀୟ ପାଳିର ସମସ୍ତ ୩୩.୩ ଓଭରକୁ ସାଜିଦ୍ ଓ ନୋମାନ୍‌ ବୋଲିଂ କରିଥିଲେ। ଏଥି ସହିତ ନୋମାନ୍‌ ମ୍ୟାଚ୍‌ରେ ୧୧ ୱିକେଟ୍ ଏବଂ ସାଜିଦ୍‌ ୯ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ ୭ ୱିକେଟ୍‌ ନେବା ସହ ୨୨ ରନ୍‌ ପାଳି ଖେଳିଥିବା ସାଜିଦ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ବିଜୟ ସହ ପାକିସ୍ତାନ ଘରୋଇ ମାଟିରେ କ୍ରମାଗତ ୧୧ ଟେଷ୍ଟ୍‌ରେ ବିଜୟ ଶୂନ୍ୟ ରହିବା ପରେ ଏହି ଧାରାକୁ ଭାଙ୍ଗିଛି। ମୁଲ୍‌ତାନ୍‌ରେ କିନ୍ତୁ କ୍ରମାଗତ ୬ ଟେଷ୍ଟ୍ ପରାଜୟ ପରେ ବିଜୟର ସ୍ପର୍ଶ ପାଇଛି। ସାନ୍ ମାସୁଦଙ୍କ ଅଧିନାୟକତ୍ବର ଏହା ସର୍ବପ୍ରଥମ ବିଜୟ ବି ହୋଇଛି। ନିଜ ପୂର୍ବ ୬ ଟେଷ୍ଟ୍ ନେତୃତ୍ବରେ ସେ ପରାଜୟ ବରଣ କରିଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୩୬୬ (କାମରାନ୍ ଗୁଲାମ-୧୧୮, ଜ୍ୟାକ୍ ଲିଚ୍‌-୪/୧୧୪)। ଇଂଲଣ୍ଡ ପ୍ରଥମ ପାଳି: ୨୯୧ (ବେନ୍ ଡକେଟ୍‌-୧୧୪, ସାଜିଦ ଖାନ୍-୭/୧୧୧, ନୋମାନ ଅଲ୍ଲୀ-୩/୧୦୧)। ପାକିସ୍ତାନ ଦ୍ବିତୀୟ ପାଳି: ୨୨୧ (ସଲମାନ ଆଘା-୬୩, ସୋଏବ ବଶିର-୪/୬୪)। ଇଂଲଣ୍ଡ ଦ୍ବିତୀୟ ପାଳି: ୩୩.୩ ଓଭରରେ ୧୪୪ (ବେନ୍ ଷ୍ଟୋକ୍ସ-୩୭, ନୋମାନ୍‌ ଅଲ୍ଲୀ-୮/୪୬, ସାଜିଦ୍ ଖାନ୍-୨/୪୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe