ଯେ କୌଣସି ପାକିସ୍ତାନୀ ଅଧିନାୟକଙ୍କ ପାଇଁ କୋହଲି ମୁଣ୍ଡବ୍ୟଥାର କାରଣ: ମୁସ୍ତାକ୍‌

Advertisment
ଯେ କୌଣସି ପାକିସ୍ତାନୀ ଅଧିନାୟକଙ୍କ ପାଇଁ କୋହଲି ମୁଣ୍ଡବ୍ୟଥାର କାରଣ: ମୁସ୍ତାକ୍‌

Business Recorder

ବର୍ମିଂହାମ୍‌: ଇଂଲଣ୍ଡରେ ରହୁଥିବା ବିଗତ ଦିନର ବିଖ୍ୟାତ ପାକିସ୍ତାନୀ ଅଲରାଉଣ୍ଡର୍‌ ମୁସ୍ତାକ୍‌ ମହମ୍ମଦଙ୍କ ମତରେ ବିରାଟ କୋହଲି ଜଣେ ବଡ଼ ଖେଳାଳି। ଯେ କୌଣସି ପାକିସ୍ତାନୀ ଅଧିନାୟକଙ୍କ ପାଇଁ ସେ ବଡ଼ ମୁଣ୍ଡବ୍ୟଥାର କାରଣ। ସମସ୍ତ ଅଲଗା ଅଲଗା ଫର୍ମାଟ୍‌ରେ କୋହଲି ଯେଭଳି ଖେଳୁଛନ୍ତି ତାଙ୍କୁ ରୋକିବା କଷ୍ଟକର ଓ ଅସମ୍ଭବ। ଇଂଲଣ୍ଡରେ ସେ ଟେଷ୍ଟ୍‍ ଶୃଙ୍ଖଳା ଜିତିବେ ବୋଲି ମୋର ଆଶା। ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କର ଦୁଇ ଜଣ ଅଲଗା ଅଲଗା ଯୁଗର ଖେଳାଳି। ଏମାନଙ୍କୁ ତୁଳନା କରିଯିବାର ଆବଶ୍ୟକତା ନାହିଁ। ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ-ପାକିସ୍ତାନ କ୍ରିକେଟ୍‌ ସମ୍ପର୍କ ସୁଧୁରିବା ସମ୍ପର୍କରେ ମୁସ୍ତାକ୍‌ କହିଥିଲେ ଏତେ ଶୀଘ୍ର ଏହା ଘଟିନପାରେ। କାରଣ ତାଙ୍କ ପାଇଁ ଅନ୍ୟାନ୍ୟ ବହୁ ଅଗ୍ରାଧିକାର ରହିଛି। କିନ୍ତୁ କ୍ରିକେଟ୍‌ ପଡିଆ ଭଳି ସେ ରାଜନୀତିରେ ବି ଦେଶର ନେତୃତ୍ୱ ନେବେ। ପାକିସ୍ତାନ ପାଇଁ ରାଜନୀତି ଅନେକ ଦିନ ହେବ କିଛି କରିନାହିଁ। ଇମ୍ରାନ ଦେଶର ଦାରିଦ୍ର୍ୟତାକୁ ହ୍ରାସ କରିପାରିବେ ବୋଲି ୭୪ ବର୍ଷୀୟ ମୁସ୍ତାକ୍‌ ଆଶା ପ୍ରକାଶ କରିଛନ୍ତି। ରିଭର୍ସ ସୁଇପ୍‌ ଖେଳିବାର ପ୍ରଥମ ଖେଳାଳି ଭାବେ ପରିଚିତ ମୁସ୍ତାକ୍‌ ପାକିସ୍ତାନ ପାଇଁ ୫୭ ଟେଷ୍ଟ୍‍ରୁ ୩୬୪୩ ରନ୍‌ କରିଥିଲେ। ମୁଁ ମିଡିଲସେକ୍ସ ବିପକ୍ଷରେ ନର୍ଥମ୍ପାଟନ୍‌ସାୟାର ପାଇଁ ରିଭର୍ସ ସୁଇପ୍‌ ଖେଳିଥିଲି। ଫ୍ରେଡ୍‌ ଟିଟ୍‌ମସ୍‌ଙ୍କ ବିପକ୍ଷରେ ଏଭଳି ଖେଳିବା ପରେ ଚୌକା ହୋଇଯିବାରୁ ପ୍ରତିପକ୍ଷ ଦଳ ଏଭଳି ସଟ୍‌ ମାରିପାରିବ ନାହିଁ ବୋଲି କହିଥିଲେ। ‘ତା’ହେଲେ ଲେଗ୍‌ ସ୍ପିନର୍‌ ଗୁଗ୍‌ଲି ପକାଇପାରିବ ନାହିଁ’ ବୋଲି ମୁଁ କହି ସେମାନଙ୍କୁ ଚୁପ୍‌ କରିଥିଲି ବୋଲି ମୁସ୍ତାକ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe