ଆକ୍‌ମଲଙ୍କ ବାସନ୍ଦ ଅବଧି ୧୮ ମାସକୁ କମିଲା

Advertisment
ଆକ୍‌ମଲଙ୍କ ବାସନ୍ଦ ଅବଧି ୧୮ ମାସକୁ କମିଲା

CricTracker.com

କରାଚି: ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍‌ ଉମର ଆକ୍‌ମଲ୍‌ ଦୁର୍ନୀତି ଦୃଷ୍ଟିକୋଣ ସଂପର୍କରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ରିପୋର୍ଟ କରିବାରେ ବିଫଳ ହେବାରୁ ଗତ ଏପ୍ରିଲ ମାସରେ ବାସନ୍ଦ ହୋଇଥିଲେ। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଆରମ୍ଭର ଅବ୍ୟବହିତ ପୂର୍ବରୁ ତାଙ୍କ ଉପରେ ୩ ବର୍ଷର ବାସନ୍ଦ ଦଣ୍ଡ ଲଦି ଦିଆଯାଇଥିଲା। ସେ ତାଙ୍କ ଦୋଷ ସ୍ବୀକାର କରିଥିଲେ ମଧ୍ୟ ଦଣ୍ଡାଦେଶକୁ ନେଇ ଘୋର ଅସନ୍ତୋଷ ପ୍ରକଟ କରିଥିଲେ। ଏଥିରେ ନିଜର ସ୍ଥିତିକୁ ଯଥାର୍ଥ ସାବ୍ୟସ୍ତ କରିବା ନେଇ ପ୍ରୟାସ ଜାରି ରଖିଥିଲେ। ଏପରିସ୍ଥଳେ ବୁଧବାର ତାଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ସ୍ବତନ୍ତ୍ର ଅଧିବକ୍ତା ତଥା ବିଚାରପତି ଫକିର ମହମ୍ମଦ ଖୋଖର ତାଙ୍କ ଦଣ୍ଡାଦେଶକୁ ଅଧା କମାଇ ଦେଇଛନ୍ତି।

ତାଙ୍କ ବିରୋଧରେ ୩ ବର୍ଷ ଦଣ୍ଡାଦେଶ ଲାଗୁ ହୋଇଥିଲା ବେଳେ ଏବେ ତାହା ୧୮ ମାସକୁ କମାଇ ଦିଆଯାଇଛି। ଫଳରେ ୩୦ ବର୍ଷ ବୟସ୍କ ଆକ୍‌ମଲ୍‌ଙ୍କ ବାସନ୍ଦ ସମୟ ଫେବ୍ରୁଆରି ୨୦୨୦ରୁ ଆରମ୍ଭ ହୋଇ ୨୦୨୧ ଅଗଷ୍ଟ ମାସରେ ଶେଷ ହେବ। ତଥାପି ୧୮ ମାସର ବାସନ୍ଦ ସମୟକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ଆକ୍‌ମଲ। ସେ ପୁନର୍ବାର ଏହା ବିରୋଧ‌ରେ ଅପିଲ କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଅନେକ କ୍ରିକେଟର୍‌ ଦୁର୍ନୀତି କରିଥିଲେ; ହେଲେ କାହାରିକୁ ବି ମୋ ଭଳି ଦଣ୍ଡିତ କରାଯାଇନଥିଲା। ତେଣୁ ମୋ ପାଇଁ ଏଭଳି ପାତରଅନ୍ତର ନୀତି ବିରୋଧରେ ପୁଣି ଥରେ ଅପିଲ କରିବି ଏବଂ ଦଣ୍ଡାଦେଶକୁ କୋହଳ କରିବାକୁ ଦାବି କରିବି ବୋଲି କହିଛନ୍ତି ଆକ୍‌ମଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe