କଲମ୍ବୋ: ଲାହୋର ଆତଙ୍କାବାଦୀ ଆକ୍ରମଣ ଘଟଣାକୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ଲୋମଟାଙ୍କୁରା ଘଟଣାର ଭୟ ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା ଖେଳାଳିଙ୍କ ମନରୁ ଲିଭିନାହିଁ। ଏପରିକି ସେମାନେ ପାକିସ୍ତାନ ଯାଇ ସେଠାରେ କ୍ରିକେଟ୍ ଖେଳିବାକୁ ସୁରକ୍ଷିତ ମନେ କରୁ ନାହାନ୍ତି। ସେଥିପାଇଁ ସଂପ୍ରତି ଦୁବାଇରେ ଚାଲିଥିବା ପାକିସ୍ତାନ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଶେଷ ମୁକାବିଲାକୁ ପାକିସ୍ତାନରେ ଖେଳିବାକୁ ସେମାନେ ଅମଙ୍ଗ ହୋଇଛନ୍ତି। କେବଳ ଏହି ଶୃଙ୍ଖଳା ଲାଗି ଶ୍ରୀଲଙ୍କା ଜାତୀୟ ଦଳରେ ସ୍ଥାନ ପାଇଥିବା ଖେଳାଳି ନୁହନ୍ତି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ୪୦ ଜଣ ଖେଳାଳି ପାକିସ୍ତାନ ଯିବାକୁ ଚାହୁଁ ନଥିବା ଜଣାଇ ଦେଇଛନ୍ତି। ଏହି ଖେଳାଳିମାନେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ପତ୍ର ଲେଖି ଆସନ୍ତା ୨୯ ତାରିଖରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୭ରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଗାଦ୍ଦାଫି ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବାକୁ ଯାଉଥିଲା ବେଳେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ୭ ଜଣ ଲୋକ ପ୍ରାଣ ହରାଇଥିଲା ବେଳେ ବହୁ ସିଂହଳୀ ଖେଳାଳି ଆହତ ହୋଇଥିଲେ।
ପାକିସ୍ତାନ ଯିବାକୁ ଶ୍ରୀଲଙ୍କା ଖେଳାଳି ଅମଙ୍ଗ
Advertisment
Follow Us