ପାକିସ୍ତାନୀ ଟିମ ଯେତେବେଳେ ପଡ଼ିଆରେ ନମାଜ ପଢୁଛି, ଆଇସିସି କାହିଁକି ଆପତ୍ତି କରୁ ନାହିଁ: କାନାଡୀୟ ଲେଖକ

ପାକିସ୍ତାନୀ ଟିମ ଯେତେବେଳେ ପଡ଼ିଆରେ ନମାଜ ପଢୁଛି, ଆଇସିସି କାହିଁକି ଆପତ୍ତି କରୁ ନାହିଁ: କାନାଡୀୟ ଲେଖକ

Zee News

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ବଳିଦାନ ଲୋଗୋ ପ୍ରସଙ୍ଗ ବର୍ତ୍ତମାନ ପରିପ୍ରେକ୍ଷୀରେ ବନ୍ଦ ହେବାର ନାଁ ନେଉ ନାହିଁ। ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ କ୍ରମାଗତ ଭାବେ ଚର୍ଚ୍ଚା ହେଉଛି। ଲୋକେ ଏଭଳି ଏକ ସମୟରେ ୨୦୧୧ ମାର୍ଚ୍ଚ ୩୦ରେ ପଂଜାବର ମୋହାଲି ଠାରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଭିଡିଓ ସେୟାର କରିଛନ୍ତି। ଏଥିରେ ଭାରତ ବିପକ୍ଷରେ ଖେଳାଯାଇଥିବା ସେହି ମ୍ୟାଚରେ ପାକିସ୍ତାନୀ ଟିମ୍‌କୁ ପଡ଼ିଆରେ ନମାଜ ପଢୁଥିବା ଦେଖାଯାଇଛି।

ପାକିସ୍ତାନୀ ମୂଳ ନିବାସୀ କାନାଡୀୟ ଲେଖକ ତାରିଖ ଫତେହ ମଧ୍ୟ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ଏହି ଅପିଲ ଉପରେ ଅଭିଯୋଗ ଆଣିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ପାକିସ୍ତାନୀ ଟିମ ଯେତେବେଳେ ପଡ଼ିଆରେ ନମାଜ ପଢୁଛି, ସେହି ସମୟରେ ଆଇସିସି କାହିଁକି ଅଭିଯୋଗ କରୁନାହିଁ।

୩୭ ବର୍ଷିଅ ଧୋନିଙ୍କ ଗ୍ଲୋଭସ୍‌ରେ ‘ବଳିଦାନ ଲୋଗୋ’ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ଦେଖାଯାଇଥିଲା। ମ୍ୟାଚ୍‌ର ୪୦ତମ ଓଭରରେ ୟୁଜବେନ୍ଦ୍ର ଚହଲଙ୍କ ବଲକୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସ୍‌ମ୍ୟାନ୍‌ ଆଣ୍ଡିଲେ ଫେହଲୁକଓ୍ଵାଓଙ୍କୁ ଷ୍ଟମ୍ପିଂ କରୁଥିବା ଲୋଗୋ ଦେଖାଯାଇଥିଲା।

publive-image Tweeter

ଏହା ପ୍ରଥମ ଥର ନୁହେଁ ଧୋନି ପଡ଼ିଆ ଭିତରେ ସୁରକ୍ଷାବାହିନୀ ପ୍ରତି ନିଜର ସମ୍ମାନ ଦେଖାଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚରେ ଅଷ୍ଟ୍ରେଲିଆ ସହିତ ଖେଳାଯାଇଥିବା ଦିନିକିଆ ମ୍ୟାଚ ସମୟରେ ସେନାର ଟୋପି ପିନ୍ଧି ଓ୍ଵିକେଟକିପିଂ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe