‘ଆତଙ୍କବାଦୀ ଦେଶ ଛାଡ଼ି ଦେବା ଦରକାର’ ଟୁଇଟ୍‌ ଲାଇକ୍‌ କରି ଫସିଲେ କ୍ରିକେଟର ମହମ୍ମଦ ଅମିର

Advertisment

ଭାରତୀୟ ୟୁଜର କରିଥିଲେ କମେଣ୍ଟ

ଭାରତୀୟ ୟୁଜର କରିଥିଲେ କମେଣ୍ଟ

Zee News

ନୂଆଦିଲ୍ଲୀ: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମିର ଗତ ଶୁକ୍ରବାର ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏହାରି ମଧ୍ୟରେ ବରିଷ୍ଠ ଖେଳାଳି ଏକ ଟୁଇଟ୍‌କୁ ଲାଇକ୍‌ କରି ବିବାଦ ଘେରକୁ ଆସିଯାଇଛନ୍ତି।

ପାକିସ୍ତାନର ଖେଳ ସାମ୍ବାଦିକ ସାଜ ସାଦିକ ଏକ ଟୁଇଟ୍‌ରେ ଲେଖିଥିଲେ, ବୁଝାପଡୁ ନାହିଁ ଯେ, କାହିଁକି କିଛି ଲୋକ ମହମ୍ମଦ ଅମିରଙ୍କ ବ୍ରିଟିଶ ପାସପୋର୍ଟ ପାଇଁ ଆବେଦନକୁ ନେଇ ବହୁ ଆଲୋଚନା କରୁଛନ୍ତି। ସେ ଏହି କାମର ହକ୍‌ଦାର ଏବଂ ଏହାର ଅର୍ଥ ନୁହେଁ ଯେ, ସେ ପାକିସ୍ତାନ ପାଇଁ ଖେଳିବା ବନ୍ଦ କରିଦେବେ।

publive-image Getty Image

ଏହି ଟୁଇଟର ପ୍ରତିକ୍ରିୟା ଦେବାକୁ ଯାଇ ଜଣେ ଭାରତୀୟ ଟୁଇଟର ୟୁଜର ଲେଖିଛନ୍ତି, ମୋ ମତରେ ସେ (ଅମିର) ଆତଙ୍କବାଦୀ ଦେଶ ଛାଡି ଦେବା ଦରକାର। ଅମିର ଜାଣତରେ ହେଉ ବା ଅଜାଣତରେ ହେଉ ଏକ ରିପ୍ଲାଇ ଟୁଇଟ୍‌କୁ ଲାଇକ୍‌ କରି ଦେଇଥିଲେ। ମାତ୍ର ଖୁବ ଅଳ୍ପ ସମୟ ମଧ୍ୟରେ ଅମିର ଏହାକୁ ଡିସଲାଇକ ମଧ୍ୟ କରିଦେଇଥିଲେ। ମାତ୍ର ସେତେବେଳକୁ ଟୁଇଟର ୟୁଜର୍ସ ଏହାର ସ୍କ୍ରିନସର୍ଟକୁ ନେଇ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏବେ ଅନେକ ପାକିସ୍ତାନୀ ପ୍ରଶଂସକ ନିଜର ଦେଶ ଓ ଖେଳାଳିଙ୍କୁ ବଂଚାଇବା ପାଇଁ ଉଦ୍ୟମ କରୁଛନ୍ତି। କିଛି ୟୁଜର୍ସ ଅମିରଙ୍କୁ ଟାର୍ଗେଟ ମଧ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe