ଭୁଲ ଇଂରାଜୀ ଲେଖି ଟୁଇଟ୍ କଲେ ପାକିସ୍ତାନୀ ବ୍ୟାଟସ୍‌ମ୍ୟାନ୍‌ , ସଙ୍ଗେସଙ୍ଗେ ଟ୍ରୋଲ୍ ହେଲେ

Advertisment
ଭୁଲ ଇଂରାଜୀ ଲେଖି ଟୁଇଟ୍ କଲେ ପାକିସ୍ତାନୀ ବ୍ୟାଟସ୍‌ମ୍ୟାନ୍‌ , ସଙ୍ଗେସଙ୍ଗେ ଟ୍ରୋଲ୍ ହେଲେ

job vacancy

କରାଚୀ: ପାକିସ୍ତାନ ଉଇକେଟକିପର ତଥା ବ୍ୟାଟ୍‌ସମ୍ୟାନ ଉମର ଅକମଲ ୧୨୧ଟି  ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ ପାକିସ୍ତାନ ପାଇଁ ଖେଳି ସାରିଛନ୍ତି। ନିକଟରେ ସେ ତାଙ୍କ ଟୁଇଟରରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ଏକ ତ୍ରୁଟି ରହି ଯାଇଥିଲା, ଯେଉଁ କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଛି।

ଗତ ବୁଧବାର ଉଇକେଟକିପର-ବ୍ୟାଟ୍‌ସମ୍ୟାନ ଉମର ଅକମଲ ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଅବଦୁଲ ରଜାକଙ୍କ ସହ ଏକ ଫଟୋ ଟୁଇଟ୍‌ କରିଥିଲେ। ଏହି ଫଟୋକୁ ଟୁଇଟ କରି ସେ ଏକ କ୍ୟାପସନ୍‌ ଦେଇଥିଲେ। ଯେଉଁଥିରେ ଉମର ଲେଖିଥିଲେ ‘ମଦର ଫ୍ରମ ଆନାଦର ବ୍ରଦର’। କିନ୍ତୁ ତାଙ୍କୁ ଲେଖିବାର ଥିଲା ‘ବ୍ରଦର ଫ୍ରମ ଆନାଦର ମଦର’।

Image

ଟୁଇଟରରେ ଉମରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ପୋଷ୍ଟ ସଙ୍ଗେସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। କେବଳ ଏତିକି ନୁହେଁ,  ପୋଷ୍ଟରେ ଭୁଲ ଇଂରାଜୀ କ୍ୟାପସନ୍‌ ଦେଖି ବ୍ୟବହାରକାରୀ ତାଙ୍କୁ ପ୍ରବଳ ସମାଲୋଚନା କରିବା ସହିତ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି। ଉମର  ଯେତେବେଳେ ଏହି ତ୍ରୁଟିପୂର୍ଣ୍ଣ ଟୁଇଟ ସଂପର୍କରେ ଜାଣିବାକୁ ପାଇଲେ ସେ ସଙ୍ଗେସଙ୍ଗେ ଏହାକୁ ଡିଲିଟ୍ କରି ଦେଇଥିଲେ।

କିନ୍ତୁ ସେତେବେଳକୁ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ପୋଷ୍ଟର  ସ୍କ୍ରିନ୍‌ସଟ୍‌ ରଖି ଦେଇଥିଲେ। ଯାହାକୁ ପରେ ପୋଷ୍ଟ କରି ଉମର ଅକମଲଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe