ଏସିଆ କପ୍‌-୨୦୨୫: ପାକିସ୍ତାନକୁ ୧୪୬ ରନ୍‌ରେ ଅଟକାଇଲା ୟୁଏଇ

ଏସିଆ କପ୍‌-୨୦୨୫ର ଦଶମ ମ୍ୟାଚ୍‌ରେ ବୁଧବାର ପାକିସ୍ତାନ ଓ ୟୁଇଏ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ୟୁଏଇ ଟିମ୍‌ ଭଲ ବୋଲିଂ କରିଛି। ପାକିସ୍ତାନକୁ ୧୪୬ ରନ୍‌ରେ ଅଟକାଇ ଦେଇଛି।

pak1

ଦୁବାଇ: ଏସିଆ କପ୍‌-୨୦୨୫ର ଦଶମ ମ୍ୟାଚ୍‌ରେ ବୁଧବାର ପାକିସ୍ତାନ ଓ ୟୁଇଏ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ୟୁଏଇ ଟିମ୍‌ ଭଲ ବୋଲିଂ କରିଛି। ପାକିସ୍ତାନକୁ ୧୪୬ ରନ୍‌ରେ ଅଟକାଇ ଦେଇଛି। ଫଳ‌ରେ ଏହି ମ୍ୟାଚ୍‌ ଜିତିବା ପାଇଁ ୟୁଏଇକୁ ୧୪୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ୍‌ ଜିଣି ୟୁଏଇ ପ୍ରଥମେ ବୋଲିଂ ନି‌ଷ୍ପତ୍ତି ନେଇଥିଲା। 

ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭର ବ୍ୟାଟିଂ କରି ୯ଟି ୱିକେଟ୍‌ ହରାଇଥିଲା। ଦଳ ପାଇଁ ଫାକର ଜମାନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୬ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ୫୦ ରନ୍‌ ସଂଗ୍ରହ କରିଥିଲେ। ସାହିନ ଆଫ୍ରିଦିଙ୍କ ବ୍ୟାଟ୍‌ରୁ ୨୯ ରନ୍‌ ଅମଳ ହୋଇଥିଲା। ସେ ୧୪ଟି ବଲ୍‌ ଖେଳି ଥିଲେ। ଏଥିରେ ୩ଟି ଚୌକା ଓ ୨ଟି ଛକା ସାମିଲ କରିଥିଲେ। 

ୟୁଏଇ ପାଇଁ ଜୁନାଇଦ ସିଦ୍ଦିକୀ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ। ସିମରନଜୀତ ସିଂଙ୍କୁ ୩ଟି ୱିକେଟ୍‌ ମିଳିଥିବା ବେଳେ ଧ୍ରୁବ ପରାସର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। 

ତେବେ ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ମାତ୍ର ୩ ରନ୍‌ରେ ସୟିମ ଆୟୁବଙ୍କୁ ହରାଇଥିଲା। ଆୟୁବ ଖାତା ଖୋଲିପାରି ନଥିଲେ। ୯ ରନ୍‌ ବେଳକୁ ଅନ୍ୟ ପ୍ରାରମ୍ଭିକ ବ୍ୟାଟର ସାହିବଜାଦା ଫରହାନ ଆଉଟ୍‌ ଆଉଟ୍‌ ହୋଇଥିଲେ। ସେ ବ୍ୟକ୍ତିଗତ ଭାବେ ୧୨ଟି ବଲ୍‌ ଖେଳି ୫ ରନ୍‌ କରିଥିଲେ। ମହମ୍ମଦ ହରିସ ୧୮ ରନ୍‌ କରିଥିବା ବେଳେ ପାକିସ୍ତାନର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା। 

Cricket | Asia Cup-2025

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe