ମୁମ୍ବାଇ,: ନ୍ୟୁଜିଲାଣ୍ଡ ଗସ୍ତରେ ପାକିସ୍ତାନର ପରାଜୟ ଧାରା ଜାରି ରହିଛି। ଦିନିକିଆ ଶୃଙ୍ଖଳାକୁ ୦-୫ରେ ହାରିଥିବା ପାକିସ୍ତାନ ସୋମବାର ଖେଳା ଯାଇଥିବା ପ୍ରଥମ ଟେ୍ଵଣ୍ଟି-୨୦କୁ ୭ ଓ୍ଵିକେଟ୍ରେ ହାରି ଯାଇଛି। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଆଉ ଏକ ଶୃଙ୍ଖଳା ବିଜୟ ଲାଗି ମୂଳଦୁଆ ପକାଇଛି।
େଓ୍ଵଲିଂଟନରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ଓ୍ଵିକେଟ୍ ବିନିମୟରେ ମାତ୍ର ୧୦୫ ରନ୍ କରିଥିଲା। ବାବର ଆଜମ ସର୍ବାଧିକ ୪୧ ରନ୍ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୦୬ ରନ୍ର ବିଜୟ ଲକ୍ଷ୍ୟକୁ ୧୫.୫ ଓଭରରେ ମାତ୍ର ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା। କଲିନ୍ ମୁନ୍ରୋ ଦ୍ରୁତ ୪୯ ରନ୍ କରି ନ୍ୟୁଜିଲାଣ୍ଡକୁ ସହଜ ବିଜୟ ଉପହାର ଦେଇଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୧୯.୪ ଓଭରରେ ୧୦୫ (ବାବର ଆଜମ ୪୧*, ହାସନ ଅଲ୍ଲୀ ୨୩, ସେଥ୍ ରାନ୍ସ ୩/୨୬, ଟିମ୍ ସାଉଦି ୩/୧୩)। ନ୍ୟୁଜିଲାଣ୍ଡ ୧୫.୫ ଓଭରରେ ୧୦୬/୩ ( କଲିନ୍ ମୁନ୍ରୋ ୪୯*, ଟମ୍ ବ୍ରୁସ୍ ୨୬, ରୁମନ ରଇସ୍ ୨/୨୪)।
ପାକିସ୍ତାନର ପରାଜୟ ଜାରି
Advertisment
Follow Us