ସେମି ସ୍ଥାନ ପକ୍କା ଲକ୍ଷ୍ୟରେ ପାକିସ୍ତାନ ଆଜି ନାମିବ୍ୟାକୁ ଭେଟିବ

Advertisment
ସେମି ସ୍ଥାନ ପକ୍କା ଲକ୍ଷ୍ୟରେ ପାକିସ୍ତାନ ଆଜି ନାମିବ୍ୟାକୁ ଭେଟିବ

ଆବୁଧାବି: ବିଜୟ ଧାରା ଜାରି ରଖି ଚଳିତ ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟ ନେଇ ପାକିସ୍ତାନ କ୍ରିକେଟ୍‌ ଦଳ ମଙ୍ଗଳବାର ସଂଧ୍ୟାରେ ଆବୁଧାବିରେ ନାମିବ୍ୟାକୁ ଭେଟିବ। ବିଶ୍ବକପ୍‌ ପୂର୍ବରୁ ପାକିସ୍ତାନ ଗସ୍ତରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଓହରିବା ଦଳର ପ୍ରସ୍ତୁତ ଉପରେ ବଡ଼ ବାଧା ଦେଇଥିଲା। ହେଲେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଏହାକୁ ଭୁଲି ଚଳିତ ବିଶ୍ବକପ୍‌ରେ ଦୁଇ ପ୍ରମୁଖ ଦାବିଦାର ଭାରତ ଓ ନ୍ୟୁଜିଲାଣ୍ଡ ସହ ଆଫ୍‌ଗାନିସ୍ତାନକୁ ପରାସ୍ତ କରି ଅପରାଜେୟ ରହିଛି। ଫର୍ମରେ ଥିବା ଦୁଇ ଓପନର୍‌ ବାବର ଓ ମହମ୍ମଦ ରିଜୱାନ୍‌ କିମ୍ବା ମଧ୍ୟକ୍ରମ ବ୍ୟାଟର୍‌ ବିଫଳ ହୁଅନ୍ତି ତେବେ ଛକା ମେସିନ୍‌ ଅସିଫ ଅଲ୍ଲୀ ଏକାକି ଦଳକୁ ବିଜୟ ଦେବା ଲାଗି ସମର୍ଥ ବୋଲି ପ୍ରମାଣ କରିସାରିଛନ୍ତି। ତେବେ ଦଳ ଏପର୍ଯ୍ୟନ୍ତ ବିଫଳ ହୋଇଥିବା ଅଭିଜ୍ଞ ମହମ୍ମଦ ହାଫିଜ ବ୍ୟାଟ୍‌ରୁ କିଛି ରନ୍‌ ଚାହୁଛି। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ଦଳର ୱିକେଟ୍‌ ସଅଳ ନେବା ପରେ ବୋଲିଂ ବାହିନୀର ବିଫଳ‌ ହୋଇଥିଲା। ଏକଦା ୭୬ ରନ୍‌ରେ ୬ ୱିକେଟ୍‌ ହରାଇଥିବା ଆଫ୍‌ଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୧୪୭/୬ କରିଥିଲା। ତେବେ ନାମିବ୍ୟାକୁ ଏଭଳି ସୁଯୋଗ ନ ଦେବା ଲାଗି ‌ପାକିସ୍ତାନ ବୋଲିଂ ବାହିନୀ ଚେଷ୍ଟା କରିବେ।

ଅନ୍ୟପକ୍ଷରେ ବିଶ୍ବକପ୍‌ ପଦାର୍ପଣ କରିଥିବା ନାମିବ୍ୟାର ପ୍ରଦର୍ଶନ ସଂପ୍ରତି ସୁପର-୧୨ରେ ଭଲ ରହିଛି। ଏହି ଦଳ ସ୍କଟଲାଣ୍ଡକୁ ହରାଇଥିଲା ବେଳେ ଆଫ୍‌ଗାନିସ୍ତାନ ବିପକ୍ଷରେ ମଧ୍ୟ ଭଲ କରିଥିଲା। ଗତ ମ୍ୟାଚ୍‌ରେ ଲେଗ୍‌ ସ୍ପିନର ଲଫ୍‌ଟି-ଇଟନଙ୍କ ପ୍ରଦର୍ଶନ ନାମିବ୍ୟା ପାଇଁ ଶୁଭ ସଙ୍କେତ। ସେହିପରି ଦଳର ପ୍ରମୁଖ ଦ୍ରୁତ ବୋଲର ରୁବେ ଟ୍ରୁମ୍ପେଲମାନ ଯଦି ଆରମ୍ଭରୁ ୱିକେଟ୍‌ ‌ନିଅନ୍ତି ତେବେ ପାକିସ୍ତାନକୁ ନିଶ୍ଚିତ ଚାପରେ ରଖିବ।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ସଦାବ ଖାନ୍‌, ଅସିଫ ଅଲ୍ଲୀ, ହାରିସ ରୌଫ, ହାସନ ଅଲ୍ଲୀ, ଇମାଦ ୱାସିମ, ମହମ୍ମଦ ହାଫିଜ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିଅର, ସାହୀନ ଆଫ୍ରିଦି, ଫକର ଜାମନ, ହାଇଦର ଅଲ୍ଲୀ, ସର୍ଫରାଜ ଅହମ୍ମଦ, ସୋଏବ ମଲ୍ଲିକ।

ନାମିବ୍ୟା ଦଳ: ଗେର୍ହାଡ ଏରାସମୁସ (ଅଧିନାୟକ), ଷ୍ଟିଫାନ ବାର୍ଡ, ଜେଜେ ସ୍ମିଟ, କାର୍ଲ ବିର୍କେନଷ୍ଟକ, ଜାନ ଫ୍ରଏଲିଙ୍କ, ବେନ ସିକୋଙ୍ଗୋ, ବେର୍ନାର୍ଡ ସୋଲ୍‌ଜ, କ୍ରେଗ ୱିଲିୟମ୍ସ, ମିଚେଲ ଭାନ ଲିଙ୍ଗେନ, ରୁବେନ ଟ୍ରୁମ୍ପେଲମାନ, ଜାନେ ଗ୍ରିନ, ଡେଭିଡ ୱାଇଜ, ଫିକି ୟା ଫ୍ରାନ୍ସ, ମାଚାଉ ଡୁ’ପ୍ରିଜ୍‌, ଜାନ୍‌ ନିକୋଲ ଲଫ୍‌ଟି-ଇଟନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe