Cricket: ଭାରତ ମ୍ୟାଚ୍‌ରୁ ଓହରିଲେ ପିସିବି ଦେବ ୩୫୦ କୋଟି କ୍ଷତିପୂରଣ

Advertisment

କଲମ୍ବୋରେ ଖେଳାଯିବାକୁ ଥିବା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରୁ ଓହରିଯିବାକୁ ପାକିସ୍ତାନ ବାହାସ୍ଫଟ ମାରୁଛି। ଏଭଳି କଲେ କିନ୍ତୁ ତା’ର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦୁଇ ଖଣ୍ଡ ହୋଇଯିବ। ଆଇସିସି ତ ଯାହା କାର୍ଯ୍ୟନାୁଷ୍ଠାନ ନେବ ପ୍ରସାରଣକାରୀ ସଂସ୍ଥା ମଧ୍ୟ...

କଲମ୍ବୋରେ ଖେଳାଯିବାକୁ ଥିବା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରୁ ଓହରିଯିବାକୁ ପାକିସ୍ତାନ ବାହାସ୍ଫଟ ମାରୁଛି। ଏଭଳି କଲେ କିନ୍ତୁ ତା’ର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦୁଇ ଖଣ୍ଡ ହୋଇଯିବ। ଆଇସିସି ତ ଯାହା କାର୍ଯ୍ୟନାୁଷ୍ଠାନ ନେବ ପ୍ରସାରଣକାରୀ ସଂସ୍ଥା ମଧ୍ୟ...

ICC PCB

ଦୁବାଇ: କଲମ୍ବୋରେ ଖେଳାଯିବାକୁ ଥିବା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରୁ ଓହରିଯିବାକୁ ପାକିସ୍ତାନ ବାହାସ୍ଫଟ ମାରୁଛି। ଏଭଳି କଲେ କିନ୍ତୁ ତା’ର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦୁଇ ଖଣ୍ଡ ହୋଇଯିବ। ଆଇସିସି ତ ଯାହା କାର୍ଯ୍ୟନାୁଷ୍ଠାନ ନେବ ପ୍ରସାରଣକାରୀ ସଂସ୍ଥା ମଧ୍ୟ ତା’ ବିରୋକ୍ଷରେ ୩୮ ନିୟୁତ ଡଲାର ବା ପାଖାପାଖି ୩୫୦ କୋଟି ଟଙ୍କାର କ୍ଷତିପୂରଣ ମୋକଦ୍ଦମା କରିବେ। ଏକଥା ବିଶ୍ବକପ୍‌ର ପ୍ରସାରଣ ଅଧିକାର ହାସଲକାରୀ ସଂସ୍ଥା ପରୋକ୍ଷ ଭାବେ ପିସିବିକୁ ଜଣାଇ ଦେଇଛନ୍ତି।

ଏହା ପୂର୍ବରୁ ପୂରା ବିଶ୍ବକପ୍‌ କିମ୍ବା କୌଣସି ମ୍ୟାଚ୍‌ରୁ ଓହରିଲେ ପାକିସ୍ତାନକୁ ଏକଘରିକିଆ କରିବାର ସମସ୍ତ ରଣନୀତି ଆଇସିସି ପ୍ରସ୍ତୁତ କରିସାରିଛି। ଏହା ସତ୍ତ୍ବେ ଯଦି ପାକିସ୍ତାନ ଓହରେ, ତାହେଲେ ତାକୁ ଏସିଆ କପ୍‌ରୁ ବାହାର କରିବ ଆଇସିସି। ପୁଣି କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାର ସୁଯୋଗ ଦେବନି।

ଆହୁରି ପଢ଼ନ୍ତୁ: Gold and Silver Price: ରେକର୍ଡ: ୨୨ କ୍ୟାରେଟ୍‌ ସୁନା ଲକ୍ଷେ ୫୩ ହଜାର

ସେହିଭଳି ପାକିସ୍ତାନ ସୁପର ଲିଗ୍‌ ଲାଗି ବିଦେଶୀ ଖେଳାଳିଙ୍କୁ ଆପତ୍ତି ବିହୀନ ପ୍ରମାଣପତ୍ର ମଧ୍ୟ ଜାରି କରିବିନ। ଯାହା ପାକିସ୍ତାନ କ୍ରିକେଟ୍‌ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେବ। ସେଥିପାଇଁ ଇଞ୍ଜମାମ-ଉଲ୍‌-ହକ୍, ୱାସିମ ଆକ୍ରମ ଏବଂ ରସିଦ ଲତିଫଙ୍କ ଭଳି ପୂର୍ବତନ ଖେଳାଳି ଏଭଳି କୌଣସି ପଦକ୍ଷେପ ନନେବାକୁ ପିସିବିକୁ ପରାମର୍ଶ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe