ବିଶ୍ୱକପ୍‌: ବର୍ଷା ଯୋଗୁଁ ପୁଣି ଅଟକିଲା ଭାରତ-ପାକିସ୍ତାନ ମ୍ୟାଚ୍‌, ପାକିସ୍ତାନ ସ୍କୋର ୧୬୬/୬

Advertisment
ବିଶ୍ୱକପ୍‌: ବର୍ଷା ଯୋଗୁଁ ପୁଣି ଅଟକିଲା ଭାରତ-ପାକିସ୍ତାନ ମ୍ୟାଚ୍‌, ପାକିସ୍ତାନ ସ୍କୋର ୧୬୬/୬

Zee News

ମଂଚେଷ୍ଟର: ବର୍ଷା ଯୋଗୁଁ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ ଅଟକିଯାଇଛି। ଆଇସିସି ବିଶ୍ୱକପ୍‌ର ୨୨ ତମ ମ୍ୟାଚ୍‌ ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରଫେଡ ଷ୍ଟାଡିୟମ୍‌ରେ ଜାରି ଥିବା ବେଳେ ବାରମ୍ବାର ବର୍ଷା ଦାଉ ସାଜୁଛି। ରିପୋର୍ଟ ଲେଖାଯିବା ବେଳକୁ ପାକିସ୍ତାନ ୩୫ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୬ ରନ କରିଛି। ଦ୍ୱିତୀୟ ଇନିଂସରେ ପାକିସ୍ତାନ ୩୩୭ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଛି। ଡିଏଲ୍‌ଏସ ପ୍ରଣାଳୀ ଅନୁଯାଇ ଏବେ ଭାରତ ଠାରୁ ପାକିସ୍ତାନ ୮୬ ରନ୍‌ ପଛରେ ଅଛି।

ଆରମ୍ଭରୁ ପାକିସ୍ତାନ ଭଲ ବ୍ୟାଟିଂ କରି ନଥିଲେ ମଧ୍ୟ ଦ୍ୱିତୀୟ ଓ୍ଵିକେଟରେ ବାବର ଆଜମ ଓ ଫାକର ଜମାନ ୧୦୪ ରନ୍‌ ଯୋଡ଼ିଥିଲେ। ପାକିସ୍ତାନ ୧୩ ରନ୍‌ରେ ଓପନର ଇମାମ୍‌-ଉଲ୍‌-ହକ୍‌ଙ୍କୁ ହରାଇଥିଲା। ସ୍କୋର ୧୧୭ ରନ୍‌ରେ ବାବାର ଆଜମ, ୧୨୬ ରନ୍‌ରେ ଫାକର ଜମାନ, ୧୨୯ ରନ୍‌ରେ ମହମ୍ମଦ ହାଫିଜ ଓ ୧୨୯ ରନ୍‌ରେ ସୋଏବ ମଲ୍ଲିକ ଆଉଟ୍‌ ହେବା ପରେ ପାକିସ୍ତାନ ଚାପରେ ପଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe