ଟି-୨୦ ବିଶ୍ୱକପ୍‌: ବିରାଟ କୋହଲିଙ୍କ ଅର୍ଦ୍ଧଶତକ, ପାକିସ୍ତାନକୁ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଟି-୨୦ ବିଶ୍ୱକପ୍‌: ବିରାଟ କୋହଲିଙ୍କ ଅର୍ଦ୍ଧଶତକ, ପାକିସ୍ତାନକୁ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

Photo: BCCI Twitter

ଦୁବାଇ: ଟି-୨୦ ବିଶ୍ୱକପ୍‌ରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍‌ ମ୍ୟାଚରେ ପାକିସ୍ତାନ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ କେଏଲ୍‌ ରାହୁଲ ଓ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୧ ରନ୍‌ କରିଛି। ଫଳରେ ପାକିସ୍ତାନକୁ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଭାରତ ଇନିଂସ ଆରମ୍ଭରୁ ବିପର୍ଯ୍ୟର ଶିକାର ହୋଇଥିଲା। ମାତ୍ର ୧ ରନ୍‌ରେ ପ୍ରଥମ ଓ୍ଵିକେଟ, ୬ ରନ୍‌ରେ ୨ୟ ଓ୍ଵିକେଟ ଓ ୩୧ ରନ୍‌ରେ ୩ୟ ଓ୍ଵିକେଟ ହରାଇଥିଲା। ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ କୋହଲି ଧୈଯ୍ୟର ସହିତ ବ୍ୟାଟିଂ କରୁଥିଲେ। ବିରାଟ କୋହଲି ପାକିସ୍ତାନ ବିରୋଧରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୫ଟି ବଲ ଖେଲି ୫୦ ରନ୍‌ ପୂରଣ କରିଥିଲେ। ଟି-୨୦ ବିଶ୍ବକପରେ କୋହଲି ସର୍ବାଧିକ ୧୦ଟି ଅର୍ଦ୍ଦଶତକ ହାସଲ କରିଛନ୍ତି।

ଭାରତ  ମାତ୍ର ୧ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇ ଥିଲା। ରୋହିତ ଶର୍ମା ଗୋଟିଏ ବଲ୍‌ର ସମ୍ମୁଖୀନ ହୋଇ କୌଣସି ରନ୍‌ ନକରି ଆଉଟ୍‌ ହୋଇଥିଲେ। ସେ ପାକିସ୍ତାନୀ ବୋଲର ସାହିନ ଆଫ୍ରିଦିଙ୍କ ଦ୍ବାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେହିପରି ପାକିସ୍ତାନର ୨ୟ ଶିକାର ହୋଇଥିବା କେଏଲ୍‌ ରାହୁଲ ୮ଟି ବଲର ସମ୍ମୁଖୀନ ହୋଇ ମାତ୍ର ୩ ରନ୍‌ ସଂଗ୍ରହ କରି ସାହିନ ଆଫ୍ରିଦିଙ୍କ ଦ୍ବାରା ବୋଲ୍ଡ ହୋଇ ଭଲିଅନ୍‌ ଫେରିଯାଇଥିଲେ। ଭାରତ ୨ଟି ମୂଲ୍ୟବାନ ୱିକେଟ୍‌ ହରାଇବା ବେଳକୁ ସ୍କୋର ୬ ରନ୍‌ ଥିଲା। ସୂର୍ଯ୍ୟକୁମାର ଯାଦବ ୮ଟି ବଲ ଖେଳି ୧୧ ରନ୍‌ କରିଥିଲେ। ଏଥିରେ ସେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ କରିଥିଲେ। ହାସନ ଅଲୀଙ୍କ ବଲ ୱିକେଟକିପର ମହମ୍ମଦ ରିଜୱାନଙ୍କୁ କ୍ୟାଚ ଦେଇ ସୂର୍ଯ୍ୟକୁମାର ପାକିସ୍ତାନର ୩ୟ ଶିକାର ହୋଇଥିଲେ। ଭାରତ ୪ର୍ଥ ୱିକେଟ ଭାବେ ଋଷଭ ପନ୍ତଙ୍କୁ ହରାଇଥିଲା। ପନ୍ତ ୩୦ଟି ବଲ ଖେଳି ୩୯ ରନ୍‌ କରିଥିଲେ।

ରବୀନ୍ଦ୍ର ଜାଦେଜା ୧୩ଟି ବଲ ଖେଳି ୧୩ ରନ୍‌ ସଂଗ୍ରହ କରିଥିଲେ। ସେ ହାସନ ଅଲୀଙ୍କ ବଲ ମହମ୍ମଦ ନୱାଜଙ୍କୁ କ୍ୟାଚ ଦେଇଥିଲେ। ଭାରତ ୧୨୫ ରନ୍‌ରେ ୫ମ ୱିକେଟ୍‌ ହରାଇଥିଲା। ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ୧୩୩ ରନରେ ଭାରତ ୬ଷ୍ଠ ୱିକେଟ ହରାଇଛି। ବିରାଟ କ‌ୋହଲି ୪୯ଟି ବଲ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଖେଳି ୫୭ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ସାହିନ ଆଫ୍ରିଦିଙ୍କ ବଲ ରିଜୱାନଙ୍କୁ କ୍ୟାଚ ଦେଇ କୋହଲି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୮ଟି ବଲ ଖେଳି ୧୧ ରନ୍‌ ସଂଗ୍ରହ କରିଥିଲେ। ସେ ହାରିସ୍‌ ରେଫଙ୍କ ବଲ ବାବର ଆଜମଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ଭାରତ ୧୯.୪ ଓଭର ଶେଷରେ ୭ ୱିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଥିଲା। ଭୁବନେଶ୍ବର କୁମାର ୪ଟି ବଲ ଖେଳି ଅପରାଜିତ ୫ ରନ୍‌ କରିଥିବା ବେଳେ ମହମ୍ମଦ ସାମି କ୍ରିଜରେ ଥାଇ କୌଣସି ବଲ୍‌ର ସମ୍ମୁଖୀନ ହୋଇପାରି ନଥିଲେ।

publive-image Photo: BCCI Twitter

ଭାରତ: ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା

ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ଉପଅଧିନାୟକ), ଫକର ଜମନ, ମହମ୍ମଦ ହାଫିଜ, ସୋଏବ ମଲ୍ଲିକ, ଆସିଫ ଅଲୀ, ଇମଦ ୱାସିମ, ସଦାବ ଖାନ୍‌, ହାସନ ଅଲ୍ଲୀ, ହାରିସ୍‌ ରେଫ, ସାହିନ ଆଫ୍ରିଦି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe