ବିଦାୟ ପାଇଁ ଆଇସିସିକୁ ‌ଦୋଷ ଦେଲା ପାକିସ୍ତାନ

୨୦୨୪ରୁ ୨୦୩୧ ମଧ୍ୟରେ ତିନିଟି ଆଇସିସି ପ୍ରତିଯୋଗିତା ଆୟୋଜନ କରିବ ଭାରତ

Zee News

ଲାହୋର: ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପାଇଁ ପାକିସ୍ତାନ ପ୍ରଶିକ୍ଷକ ମିକି ଆର୍ଥର ଆଇସିସିକୁ ଦାୟୀ କରିଛନ୍ତି। ଆଇସିସିର ନେଟ୍ ରନ୍ ରେଟ୍ ନିୟମ ପାଇଁ ହିଁ ପାକିସ୍ତାନ ସେମିଫାଇନାଲ୍ ଖେଳି ପାରିଲା ନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ସହ ସମାନ ୧୧ ପଏଣ୍ଟ ପାଇଥିଲେ ମଧ୍ୟ ନେଟ୍ ରନ୍ ରେଟ୍‌ରେ ପଛୁଆ ରହି ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆର୍ଥର କହିଛନ୍ତି ‌ଯେ ଆଗାମୀ ପ୍ରତିଯୋଗିତାଗୁଡ଼ିକରେ ନେଟ୍ ରନ୍ ରେଟ୍ ନିୟମ ପରିବର୍ତେ ମୁହାଁମୁହିଁ ଫଳାଫଳକୁ ବିଚାରକୁ ନେବାକୁ ମୁଁ ଆଇସିସିକୁ ଅନୁରୋଧ କରିବି। ସତ କଥା କହିବାକୁ ଗଲେ ଆମେ ସେମିଫାଇନାଲ୍ ଖେଳିବା କଥା। ଦୁଇଟି ମ୍ୟାଚ୍‌ର ଖରାପ ପ୍ରଦର୍ଶନ ହିଁ ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ବଡ଼ ପରାଜୟ ସହ ଅଷ୍ଟ୍ରେଲିଆ ବିପକ୍ଷ ବିଜୟକୁ ହାତଛଡ଼ା କରିବା ହିଁ ଆମ ଲିଗ୍ ପର୍ଯ୍ୟାୟ ବିଦାୟର କାରଣ। ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପରାଜୟକୁ ଦାୟୀ କରିଛନ୍ତି। ଆର୍ଥରଙ୍କ ସହ ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତାର କିନ୍ତୁ ଏକମତ ହୋଇ ନାହାନ୍ତି। ବିଶ୍ବକପ୍‌ରୁ ବିଦାୟ ପାଇଁ ନିଜେ ପାକିସ୍ତାନ ଦାୟୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe