ବ୍ରିଷ୍ଟଲରେ ବର୍ଷାର ଖେଳ ‘ପାକିସ୍ତାନ-ଶ୍ରୀଲଙ୍କା’ ବାତିଲ

Advertisment
ବ୍ରିଷ୍ଟଲରେ ବର୍ଷାର ଖେଳ ‘ପାକିସ୍ତାନ-ଶ୍ରୀଲଙ୍କା’ ବାତିଲ

ବ୍ରିଷ୍ଟଲ: ଲଗାଣ ବର୍ଷା ପାଇଁ ବ୍ରିଷ୍ଟଲରେ ଶୁକ୍ରବାର ଖେଳାଯିବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ବିଶ୍ବକପ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ଶ୍ରୀଲଙ୍କା କିନ୍ତୁ ପାକିସ୍ତାନ ବିପକ୍ଷରେ ପ୍ରଥମ ଥର ଲାଗି ଏଭଳି ଢଙ୍ଗରେ ପଏଣ୍ଟ ଅର୍ଜନ କରିଛି। ଶୁକ୍ରବାର ସ୍ଥାନୀୟ ସମୟ ସାଢ଼େ ୧୦ଟା (ଭାରତୀୟ ସମୟ ଅପରାହ୍ନ ୩ଟା)ରେ ମ୍ୟାଚ୍ ଆରମ୍ଭ ହେବାର ଥିଲା। ହେଲେ ସାଢ଼େ ୯ଟା ସୁଦ୍ଧା ବର୍ଷା ପାଇଁ ଉଭୟ ଦଳ ଦଳୀୟ ହୋଟେଲ ଛାଡ଼ି ପାରି ନଥିଲେ। ପାକିସ୍ତାନ ଦଳ ପୂର୍ବାହ୍ନ ୧୦ଟାରେ ଷ୍ଟାଡିୟମ୍ ପହଞ୍ଚିଥିଲା। ଏହା ପରେ ଶ୍ରୀଲଙ୍କା ଆସିଥିଲା। ଟସ୍ କିନ୍ତୁ ନିର୍ଧାରିତ ସମୟରେ ହୋଇ ପାରି ନଥିଲା। ଛିଟା ପଡ଼ିବା ସ୍ଥାନୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଲାଗି ରହିଥିଲା। ଏହା ପରେ ପାଗ ଟିକିଏ ଫର୍ଚା ହେବାରୁ ଅମ୍ପାୟାର ପିଚ୍ ଓ ପଡ଼ିଆ ଅନୁଧ୍ୟାନ କରିଥିଲେ। ତେବେ ପିଚ୍ ସହ ଆଉଟ୍ ଫିଲ୍ଡ ସେତେବେଳେ ଖେଳ ଉପଯୋଗୀ ନଥିଲା। ୩ଟା ୧୫ରେ ହୋଇଥିବା‌ ପରବର୍ତୀ ଅନୁଧ୍ୟାନରେ ମଧ୍ୟ ସ୍ଥିତି ଅପରିବର୍ତିତ ରହିଥିଲା। ଫଳରେ ୩ଟା ୪୫ ରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଅମ୍ପାୟାରଙ୍କ ସହ ଆଲୋଚନା କରି ମ୍ୟାଚ୍‌କୁ ବାତିଲ କରି ଦେଇଥି‌ଲେ। ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଏବଂ ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଏକ ସ୍ବରରେ ନିରାଶା ଜାହିର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe