ଭାରତର ଶାଣିତ ବୋଲିଂ ଆଗରେ ମାଟି କାମୁଡିଲା ପାକିସ୍ତାନ : ସୋସିଆଲ ମିଡିଆରେ ପାକ୍ ଖେଳାଳିଙ୍କୁ ଟାହିଟାପୁରା କଲେ ୟୁଜର୍ସ, ଆସନ୍ତୁ ନଜର ପକାଇବା କେତୋଟି ମଜାଳିଆ ଟ୍ୱିଟର ପୋଷ୍ଟ ଉପରେ

Advertisment
ଭାରତର ଶାଣିତ ବୋଲିଂ ଆଗରେ ମାଟି କାମୁଡିଲା ପାକିସ୍ତାନ : ସୋସିଆଲ ମିଡିଆରେ ପାକ୍ ଖେଳାଳିଙ୍କୁ ଟାହିଟାପୁରା କଲେ ୟୁଜର୍ସ, ଆସନ୍ତୁ ନଜର ପକାଇବା କେତୋଟି ମଜାଳିଆ ଟ୍ୱିଟର ପୋଷ୍ଟ ଉପରେ

ନୂଆଦିଲ୍ଲୀ : ମାଞ୍ଚେଷ୍ଟର ମୈଦାନରେ ବିରାଟ ବାହିନୀର ଘାତକ ବୋଲିଂରେ ଘାଇଲା ହେଉଛି ପାକିସ୍ତାନ ଟିମ୍ । ଭାରତର ଶାଣିତ ବୋଲିଂ ଆଗରେ ମାଟି କାମୁଡିଲା ପାକିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ୮୯ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିଶ୍ୱକପ ଯୁଦ୍ଧରେ ସର୍ଫରାଜ ସେନା ଉପରେ ଭାରି ପଡିଛି କୋହଲି ଆଣ୍ଡ କୋ’ । ବିଶ୍ୱକପରେ ପାକିସ୍ତାନ ଟିମ୍ ଉପରେ ସପ୍ତମ ଥର ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିଛି ଟିମ୍ ଇଣ୍ଡିଆ । ଆଉ ଏହି ଷ୍ଟ୍ରାଇକରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପାକ୍ ଶିବିର । ତେବେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି କମେଣ୍ଟ ଯୁଦ୍ଧ । ପାକିସ୍ତାନ ଟିମ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଭିନ୍ନ ଫଟୋ ଓ କମେଣ୍ଟ।

https://twitter.com/i/status/1140308099007299584

ତେବେ ପଢନ୍ତୁ ଟ୍ୱିଟର ପେଜରେ କିଏ କେଉଁ ପୋଷ୍ଟ କରିଛନ୍ତି। ପାକିସ୍ତାନର ବ୍ୟାଟି ଖରାପ ହେବା ପରେ ପାକିସ୍ତାନ ଫ୍ୟାନ ରାଗରେ କେଉଁ ଭଳି ଟିଭି ଭାଙ୍ଗୁଛନ୍ତି ତାହାକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ସିରତ।

ସେହିପରି ଠିକ ସମୟରେ ବର୍ଷା ହେଉଥିବାରୁ ପାକ କ୍ରିକେଟର କେମିତି ଆକାଶକୁ ଚାହିଁ ବର୍ଷା ଉପରେ ରାଗ ସୁଜାଉଛନ୍ତି ତାକୁ ମଧ୍ୟ କମେଣ୍ଟ କରାଯାଇଛି।

https://twitter.com/Geetikatuli/status/1140308746981134336

ସବୁଠାରୁ ବଡ କଥା ହେଉଛି ସର୍ଫରାଜଙ୍କ ହାଇ ମରହା ଫଟୋ ଓ ଭିଡିଓକୁ ପୋଷ୍ଟ କରି ତାଙ୍କୁ କମେଣ୍ଟ କରା ଯାଇଛି। ରାତି ହେଲାଣି ଶୋଇବ ଯାଅ କହି ତାଙ୍କ ଉପରେ ଟ୍ୱିଟ କରା ଯାଇଛି।

https://twitter.com/sawerapasha/status/1140305458328199168

ଆଉ ଏକ ପୋଷ୍ଟରେ ୨ଟି କପ ଦେଖାଇ ତୁଳନା କରାଯାଇଛି। ବିଶ୍ୱକପ ଓ ଚା କପ ମଧ୍ୟରୁ ଅନ୍ୟମାନେ ବିଶ୍ୱକପ ପାଇଁ ଖେଳୁଥିବା ବେଳେ ପାକିସ୍ତାନ ଚା କପ ପାଇଁ ମ୍ୟାଚ ଖେଳୁଛି ବୋଲି ଉଲ୍ଲେଖ କରାଯାଇଛି।

ଟିମ୍ ଇଣ୍ଡିଆ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିବାର ଫଟୋ ଭାଇରାଲ ହେଉଥିବା ବେଳେ ଫାଦର୍ସ ଡେ ନେଇ ମଧ୍ୟ ରୋଚକ ଫଟୋ ସୋସିଆଲ ସାଇଡରେ ବୁଲୁଛି।

https://twitter.com/Yadav_CS95/status/1140307116470628353

ପାକିସ୍ତାନ ଟିମ ଇଣ୍ଡିଆ ଖେଳାଳିଙ୍କ ପାଦ ଧରୁଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି। ତେବେ ଏଇମିତି ଭାବେ ପାକିସ୍ତାନ ପରାଜୟକୁ ଆଗୁଆ ସୋସିଆଲ ମିଡିଆରେ ଚିତ୍ରଣ କରା ଯାଉଥିବାର ଦେଖିବାକୁ ମିଳିଛି।

https://twitter.com/ank787_ank/status/1140308742556278787

https://twitter.com/ft_sumyth/status/1140307968447004672

ତେବେ ପାକିସ୍ତାନକୁ ଏଭଳି ପ୍ରହାର କରି ଅଭିନନ୍ଦନଙ୍କ ବଦଲା ନେଇଛି ଭାରତ ବୋଲି ମଧ୍ୟ ପୋଷ୍ଟ କରାଯାଇଛି।

https://twitter.com/jeet105520/status/1140317065640759296

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe