ବାଂଲାଦେଶରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳିବ ପାକିସ୍ତାନ!

Advertisment
ବାଂଲାଦେଶରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳିବ ପାକିସ୍ତାନ!

ESPNcricinfo

କରାଚି : ଏସିଆ କପ୍‌ ଖେଳିବା ପାଇଁ ପାକିସ୍ତାନ ଯିବାକୁ ଭାରତ ମନା କରିଦେବା ପରେ ଏବେ ପାକିସ୍ତାନ ପାଲଟା ନିଷ୍ପତ୍ତି ନେବାକୁ ଯାଉଛି। ଏସିଆ କପ୍‌ ପାକିସ୍ତାନ ଆୟୋଜନ କରୁଥିଲା ବେଳେ ଦିନିକିଆ ବିଶ୍ବକପ୍‌ର ଆୟୋଜକ ଭାରତ ରହିଛି। ନିକଟରେ ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯିବନି ବୋଲି ଜଣାଇବା ପରେ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ଭାରତ ଖେଳିବାକୁ ଥିବା ମ୍ୟାଚ୍‌ ପାଇଁ ନିରପେକ୍ଷ ସ୍ଥାନ ନିର୍ଦ୍ଧାରଣ କରିବାକୁ ଯୋଜନା କରିଛି।

ସେହିପରି ଭାରତକୁ ବିଶ୍ବକପ୍‌ ଖେଳିବାକୁ ଆସିବାକୁ ଅରାଜି ହୋଇଛି ପାକିସ୍ତାନ। ଫଳରେ ଏହି ଦଳ ବିଶ୍ବକପ୍‌ ମ୍ୟାଚ୍‌ ବାଂଲାଦେଶରେ ଖେଳିପାରେ ବୋଲି ଆଲୋଚନା ଚାଲିଛି। ତେଣୁ ଏସିଆ କପ୍‌ ଧାରାରେ ଭାରତ-ପାକ୍‌ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ କରାଯାଉ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଦାବି କରିଛି। ହେଲେ ଏଭଳି କଳ୍ପନା ଜଳ୍ପନାକୁ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ବୁଧବାର ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe