ମହିଳା ଟି-୨୦ ବିଶ୍ବକପ୍‌: ଭାରତ ବିପକ୍ଷରେ ଟସ୍‌ ଜିଣି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଦିନିକିଆ ବିଶ୍ବକପ୍‌ ଇତିହାସରେ ପ୍ରଥମ: ଏଥର ସବୁଦଳରେ ନୂଆ ଅଧିନାୟକ

Photo by SportsTiger

କେପ୍‌ଟାଉନ: ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟି-୨୦ ବିଶ୍ବକପ୍‌ ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ବିଶ୍ବକପ୍‌ ଜିତିବା ଲକ୍ଷ୍ୟରେ ରହିଥିବା ଭାରତ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ଟିମ୍‌ ଭାରତ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ହରମନପ୍ରୀତ କୌରଙ୍କ ନେତୃତ୍ବରେ ବୋଲିଂ କରୁଛି।

ସୂଚନାଯୋଗ୍ୟ, ଏହି ୧୦ ଦଳୀୟ ପ୍ରତିଯୋଗିତାର ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ଭାରତ ପରବର୍ତ୍ତୀ  ଗ୍ରୁପ୍‌ ମ୍ୟାଚ୍‌ ୧୫ ତାରିଖରେ ୱେଷ୍ଟଇଣ୍ଡିଜ୍‌, ୧୮ ତାରିଖରେ ଇଂଲଣ୍ଡ ଏବଂ ୨୦ ତାରିଖରେ ଆୟର୍ଲାଣ୍ଡ୍‌ ସହ ଖେଳିବ। ୨୩ ଓ ୨୪ ତାରିଖରେ ସେମିଫାଇନାଲ୍‌ ଏବଂ ୨୬ରେ ଫାଇନାଲ୍‌ ଖେଳାଯିବା ସହ ବିଶ୍ବକପ୍‌ ଉଦ୍‌ଯାପିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe