ଟି-୨୦ ବିଶ୍ବକପ : ପ୍ରଥମ ମ୍ୟାଚରେ ଭାରତ ହାରିଲା, ୧୦ ଓ୍ଵିକେଟ୍‌ରେ ଜିତିଲା ପାକିସ୍ତାନ

ଟି-୨୦ ବିଶ୍ବକପ : ପ୍ରଥମ ମ୍ୟାଚରେ ଭାରତ ହାରିଲା, ୧୦ ଓ୍ଵିକେଟ୍‌ରେ ଜିତିଲା ପାକିସ୍ତାନ

ଦୁବାଇ: ଟି-୨୦ ବିଶ୍ୱକପ୍‌ରେ ଭାରତ ବିଜୟ ଧାରା ଅଟକିଛି। ପାକିସ୍ତାନ ବିପକ୍ଷରେ ଭାରତ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ୫ ଥର ବିଜୟ ହାସଲ କରିଥିବା ବେଳେ ପ୍ରଥମ ଥର ପାଇଁ ରବିବାର ପରାସ୍ତ ହୋଇଛି। ଭାରତକୁ ପାକିସ୍ତାନ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି।

୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୭.୫ ଓଭରରେ କୌଣସି ଓ୍ଵିକେଟ ନ ହରାଇ ବିଜୟ ହାସଲ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବିଶ୍ୱକପ୍‌ର ଏହ ହାଇଭୋଲଟେଜ୍‌ ମ୍ୟାଚରେ ପାକିସ୍ତାନ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ କେଏଲ୍‌ ରାହୁଲ ଓ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୧ ରନ୍‌ କରିଥିଲା।

ପାକିସ୍ତାନ ପାଇଁ ଓପନର ମହମ୍ମଦ ରିଜଓ୍ଵାନ୍‌ ସର୍ବାଧିକ ୭୯ ରନ୍‌ କରିଥିଲେ। ସେ ୫୫ଟି ବଲ ଖେଳି ୬ଟି ଚୌକା ଓ ୩ଟି ଛକା ମାରିଥିଲେ। ଅଧିନାୟକ ବାବର ଆଜମ ୫୨ଟି ବଲ ଖେଳି ୬ଟି ଚୌକା ଓ ୨ଟି ଛକା ସହାୟତାରେ ୬୮ ରନ୍‌ କରିଥିଲେ।

ଇନିଂସ ଆରମ୍ଭରୁ ଭାରତକୁ ବିପର୍ଯ୍ୟର ଶିକାର ହେବାକୁ ପଡ଼ିଥିଲା। ମାତ୍ର ୧ ରନ୍‌ରେ ପ୍ରଥମ ଓ୍ଵକେଟ୍‌, ୬ ରନ୍‌ରେ ୨ୟ ଓ୍ଵିିକେଟ ଓ ୩୧ ରନ୍‌ରେ ୩ୟ ୱିକେଟ୍ ହରାଇଥିଲା। ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଅଧିନାୟକ ବିରାଟ୍ କୋହଲି ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୫ଟି ବଲ ଖେଲି ୫୦ ରନ୍‌ ପୂରଣ କରିଥିଲେ।

publive-image Photo: India TV

ଓପନର ରୋହିତ ଶର୍ମା ଗୋଟିଏ ବଲ୍‌ର ସମ୍ମୁଖୀନ ହୋଇ କୌଣସି ରନ୍‌ ନକରି ଆଉଟ୍‌ ହୋଇଥିଲେ। ସେ ପାକିସ୍ତାନୀ ବୋଲର ସାହିନ ଆଫ୍ରିଦିଙ୍କ ଦ୍ଵାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ପାକିସ୍ତାନର ୨ୟ ଶିକାର ହୋଇଥିବା କେଏଲ୍‌ ରାହୁଲ ୮ଟି ବଲର ସମ୍ମୁଖୀନ ହୋଇ ମାତ୍ର ୩ ରନ୍‌ ସଂଗ୍ରହ କରି ସାହିନ ଆଫ୍ରିଦିଙ୍କ ଦ୍ଵାରା ବୋଲ୍‌ଡ ହୋଇ ଭଲିଅନ୍‌ ଫେରିଯାଇଥିଲେ। ସୂର୍ଯ୍ୟକୁମାର ଯାଦବ ୮ଟି ବଲ ଖେଳି ୧୧ ରନ୍‌ କରିଥିଲେ। ଏଥିରେ ସେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ କରିପାରିଥିଲେ। ହାସନ ଅଲୀଙ୍କ ବଲ ୱିକେଟକିପର ମହମ୍ମଦ ରିଜୱାନଙ୍କୁ କ୍ୟାଚ ଦେଇ ସୂର୍ଯ୍ୟକୁମାର ପାକିସ୍ତାନର ୩ୟ ଶିକାର ହୋଇଥିଲେ। ଭାରତ ୪ର୍ଥ ୱିକେଟ ଭାବେ ଋଷଭ ପନ୍ତଙ୍କୁ ହରାଇଥିଲା। ପନ୍ତ ୩୦ଟି ବଲ ଖେଳି ୩୯ ରନ୍‌ କରିଥିଲେ।

ଏହାପରେ ରବୀନ୍ଦ୍ର ଜାଦେଜା ୧୩ଟି ବଲ ଖେଳି ୧୩ ରନ୍‌ ସଂଗ୍ରହ କରିଥିଲେ। ସେ ହାସନ ଅଲୀଙ୍କ ବଲ ମହମ୍ମଦ ନୱାଜଙ୍କୁ କ୍ୟାଚ ଦେଇଥିଲେ। ଭାରତ ୧୨୫ ରନ୍‌ରେ ୫ମ ୱିକେଟ୍‌ ହରାଇଥିଲା। ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ୧୩୩ ରନରେ ଭାରତ ୬ଷ୍ଠ ୱିକେଟ ହରାଇଛି। ବିରାଟ କୋହଲି ୪୯ଟି ବଲ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଖେଳି ୫୭ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ସାହିନ ଆଫ୍ରିଦିଙ୍କ ବଲ ରିଜୱାନଙ୍କୁ କ୍ୟାଚ ଦେଇ କୋହଲି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୮ଟି ବଲ ଖେଳି ୧୧ ରନ୍‌ ସଂଗ୍ରହ କରିଥିଲେ। ସେ ହାରିସ୍‌ ରେଫଙ୍କ ବଲ ବାବର ଆଜମଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ଭାରତ ୧୯.୪ ଓଭର ଶେଷରେ ୭ ୱିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଥିଲା। ଭୁବନେଶ୍ୱର କୁମାର ୪ଟି ବଲ ଖେଳି ଅପରାଜିତ ୫ ରନ୍‌ କରିଥିବା ବେଳେ ମହମ୍ମଦ ସାମି କ୍ରିଜରେ ଥାଇ କୌଣସି ବଲ୍‌ ସମ୍ମୁଖୀନ ହୋଇପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe