ବିଶ୍ବକପ୍‌: ବର୍ଷାବାଧିତ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ୨୧ ରନ୍‌ରେ ବିଜୟୀ

Advertisment

ଦ୍ବିତିୟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା

ଦ୍ବିତିୟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା

ବିଶ୍ବକପ୍‌: ବର୍ଷା ଅଟକାଇଲା ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍‌, ଜାଣନ୍ତୁ କ’ଣ ହୋଇପାରେ ଫଳାଫଳ

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡକୁ ପାକିସ୍ତାନ ଆଇସିସି କ୍ରିକେଟ୍‌ ବିଶ୍ବକପ୍‌-୨୦୨୩ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଡକୱର୍ଥ ଲୁଇସ୍‌ (ଡିଏଲ୍‌ଏସ୍‌) ନିୟମ ଅନୁଯାୟୀ ୨୧ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ପାକିସ୍ତାନ ଟିମ୍‌ ଅଙ୍କ ତାଲିକାରେ ଆଫଗାନିସ୍ତାନକୁ ପଛରେ ପକାଇ ୫ମ ସ୍ଥାନରେ ପହଞ୍ଚିଛି। ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ଟିମ୍‌ ଅଙ୍କ ତାଲିକାରେ ୮-୮ ପଏଣ୍ଟରେ ଅଛନ୍ତି। କିନ୍ତୁ ଭଲ ‌ନେଟ୍‌-ରନ୍‌ରେଟର ୪ର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି। ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଆଫଗାନିସ୍ତାନକୁ ୨ଟି ମ୍ୟାଚ୍‌ ଖେଳିବାର ଅଛି। ପାକିସ୍ତାନର ବିଜୟ ପରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପହଞ୍ଚିଛି।

ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମୁକାବିଲା ହୋଇଥିଲା। ପାକିସ୍ତାନର ଅଧିନାୟକ ବାବର ଆଜମ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ନ୍ୟୁଜିଲାଣ୍ଡ ଟିମ୍‌ ପାକିସ୍ତାନକୁ ୪୦୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। କିନ୍ତୁ ବର୍ଷା ବାରମ୍ବାର ବାଧକ ସାଜିଥିଲା। ଫଳରେ ମ୍ୟାଚ୍‌ ୨ ଥର ବନ୍ଦ ରଖାଯାଇଥିଲା।

ଲକ୍ଷ୍ୟ ପଛରେ ଗୋଡେଇଥିବା ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଥିଲା। ମାତ୍ର ୬ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଦ୍ବିତୀୟ ୱିକେଟ ପାଇଁ ଫଖର ଜମାନ ଏବଂ ବାବର ଆଜମ ଶତକୀୟ ଭାଗିଦାରୀ କରିଥିଲେ। ୨୧.୩ ଓଭରରେ ଗୋଟିଏ ୱିକେଟ ବିନିମୟରେ ପାକିସ୍ତାନର ସ୍କୋର ୧୬୦ ରନ୍‌ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ଅଟକିଥିଲା। ମାତ୍ର ୪ ଓଭର ପରେ ଅର୍ଥାତ ୨୫.୩ ଓଭର ବେଳକୁ ସ୍କୋର ଗୋଟିଏ ୱିକେଟ୍‌ ବିନିମୟରେ ୨୦୦ ରନ୍‌ରେ ପହଞ୍ଚିଥିଲା। ପୁଣି ଥରେ ବର୍ଷା ଆରମ୍ଭ ହୋଇଯିବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ସେହି ସମୟରେ ଫଖର ଜମାନ ୧୨୬ ଏବଂ ବାବର ଆଜମ ୬୬ ରନ୍‌ରେ ଅପରାଜିତ ଥିଲେ। ପାକିସ୍ତାନ ଡିଏଲ୍‌ଏସ୍‌ ନିୟମ ଅନୁସାରେ ଲକ୍ଷ୍ୟ ଠାରୁ ୨୧ ରନ୍‌ ଆଗୁଆ ରହିଥିଲା।

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍‌ ହରାଇ ୪୦୧ ରନ୍‌ ସଂଗ୍ରହ କରିଥିଲା। ଏହି ଇନିଂସରେ ପ୍ରାରମ୍ଭିକ ବ୍ୟାଟର ରଚିନ ରବୀନ୍ଦ୍ର ଶତକ ହାସଲ କରିଥିଲେ। ସେ ୧୫ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୧୦୮ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ୭୯ଟି ବଲ୍‌ ଖେଲି ୧୦ଟି ଚୌକା ଓ ୨ଟି ଛକା ବଳରେ ୯୫ ରନ୍‌ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଡେୱନ୍‌ କନ୍‌ୱେ ୩୫ ରନ୍‌, ଡେରିଏଲ ମିଚେଲ ୨୯ ରନ୍‌, ମାର୍କ ଚାମ୍ପମ୍ୟାନ୍‌ ୩୯ ରନ୍‌, ଗ୍ଲେନ ଫିଲିପ୍‌ସ ୪୧ ରନ୍‌, ମିଚେଲ ସାଣ୍ଟନର ଅପରାଜିତ ୨୬ ରନ୍‌ ଓ ଟମ୍‌ ଲାଥମ ଅପରାଜିତ ୨ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe