ଟି-୨୦ ଶୃଙ୍ଖଳା ଜିତିଲା ପାକିସ୍ତାନ: ହାଇଦର ଓ ବାବରଙ୍କ ଅର୍ଧଶତକ: ଜିମ୍ବାୱେ ୮ ୱିକେଟ୍‌ରେ ପରାସ୍ତ

ଅଶାଳୀନ ଭାଷା ପ୍ରୟୋଗ କରି ସର୍ଫରାଜ ଦଣ୍ଡିତ

ଟି-୨୦ ଶୃଙ୍ଖଳା ଜିତିଲା ପାକିସ୍ତାନ: ହାଇଦର ଓ ବାବରଙ୍କ ଅର୍ଧଶତକ: ଜିମ୍ବାୱେ ୮ ୱିକେଟ୍‌ରେ ପରାସ୍ତ

NDTV Sports

ରାୱଲପିଣ୍ଡି: ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଘରୋଇ ପାକିସ୍ତାନ ଶେଷ ମ୍ୟାଚ୍‌ ପୂର୍ବରୁ ଜିତିନେଇଛି। ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିଥିବା ପାକିସ୍ତାନ ରବିବାର ଦ୍ବିତୀୟ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ୨-୦ର ଅଗ୍ରଣୀ ସହ ଆଗୁଆ ଶୃଙ୍ଖଳା କବ୍‌ଜା କରିନେଇଛି। ହାଇଦର ଅଲ୍ଲୀ (୬୬* ରନ୍‌, ୪୩ ବଲ୍‌, ୬ ଚୌକା, ୩ ଛକା) ଏବଂ ଅଧିନାୟକ ବାବର ଆଜମ୍‌ (୫୧ ରନ୍‌, ୨୮ ବଲ୍‌, ୮ ଚୌକା, ୧ ଛକା)ଅର୍ଧଶତକ ହାସଲ କରି ଭ୍ରମଣକାରୀ ଜିମ୍ବାୱେକୁ ୮ ୱିକେଟ୍‌ର ପରାଜୟ ପାଇଁ ବାଧ୍ୟ କରିଛନ୍ତି। ହାଇଦର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ପାଇଁ ଜିମ୍ବାୱେକୁ ଆମନ୍ତ୍ରଣ କରିଥିଲା। ବୁଲ୍‌ (୩୨*), ମାଧେଭେର୍‌ (୨୪), ଚିଗୁମ୍ବୁରା (୧୮), ତିରିପୋନା (୧୫), ଅଧିନାୟକ ଛିଭାଭା (୧୫) ଓ ସିନ୍‌ ୱିଲିୟମ୍‌ସ (୧୩)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ସତ୍ତ୍ବେ ଜିମ୍ବାୱେ ୧୩୪/୭ କରିଥିଲା। ପାକିସ୍ତାନ ପକ୍ଷରୁ ଉସ୍‌ମାନ କାଦିର (୪-୦-୨୩-୩) ଏବଂ ହାରିସ୍‌ ରଫ୍‌ (୪-୦-୩୧-୩) ସଫଳ ବୋଲର ରହିଥିଲେ।

ଜବାବରେ ଫକର ଜମାନ୍‌ (୫) ଓ ବାବରଙ୍କ ୱିକେଟ୍‌ ହରାଇ ପାକିସ୍ତାନ ୨୯ ବଲ୍‌ ପୂର୍ବରୁ ୧୩୭/୨ରେ ପହଞ୍ଚି ଯାଇଥିଲା। ବାବର ଓ ହାଇଦର ଦ୍ବିତୀୟ ୱିକେଟ୍‌ରେ ୧୦୦ ରନ୍ ଯୋଡ଼ିଥିଲା ବେଳେ ଖୁସ୍‌ଦିଲ୍‌ ଶାହା ୧୧ ରନ୍‌ରେ ଅପରାଜିତ ରହିଥିଲେ। ମୁଜାରାବାନୀ ପାକିସ୍ତାନର ପତନ ଘଟିଥିବା ୨ଟି ଯାକ ୱିକେଟ୍‌ ଅକ୍ତିଆର କରିଥିଲେ।

ଅଶାଳୀନ ଭାଷା ପ୍ରୟୋଗ କରି ସର୍ଫରାଜ ଦଣ୍ଡିତ
କରାଚି: କଏଦ-ଇ-ଆଜମ ଟ୍ରଫି ମ୍ୟାଚ୍‌ ବେଳେ ପୂର୍ବତନ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଅଶାଳୀନ ଭାଷା ପ୍ରୟୋଗ କରି ଦଣ୍ଡିତ ହୋଇଛନ୍ତି। ଜରିମାନା ବାବଦରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ତାଙ୍କ ମ୍ୟାଚ୍ ପାଉଣାର ୩୫ ପ୍ରତିଶତ କାଟିଦେଇଛି। ଶନିବାର ମ୍ୟାଚ୍‌ରେ ସିନ୍ଧ ଫାର୍ଷ୍ଟ ଇଲେଭେନ ପକ୍ଷରୁ ଖେଳୁଥିବା ଏହି ୱିକେଟ୍‌ରକ୍ଷକ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ। ପରେ ସେ ଦୋଷକୁ ମାନି ନେଇଥିଲେ। ଫଳରେ ଲେବଲ୍‌-୧ ଅପରାଧ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯାଇଥିଲା ବୋଲି ପିସିବି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe