ପାକିସ୍ତାନ ବିଶ୍ବକପ୍‌ ଦଳ ‌ଘୋଷିତ: ରୌଫ, ହାଫିଜ୍‌ଙ୍କୁ ସୁଯୋଗ

ଦ୍ବିତୀୟ ବିଜୟ ସହ ଇଂଲଣ୍ଡ ସେମିଫାଇନାଲ୍‌ ନିକଟତର, ୮ ୱିକେଟ୍‌ରେ ହାରିଲା ବାଂଲାଦେଶ

The Royal Gazette

କରାଚୀ: ଆସନ୍ତା ମାସରୁ ୟୁଏଇରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ପାକିସ୍ତାନ ଦଳ ଘୋଷିତ‌ ହୋଇଛି। ବାବର ଆଜମଙ୍କ ନେତୃତ୍ବାଧୀନ ଏହି ଦଳରେ ଦୁଇ ଅଭିଜ୍ଞ ଖେଳାଳି ଫକର ଜମାନ ଓ ୱିକେଟରକ୍ଷକ ସର୍ଫରାଜ ଅହମ୍ମଦଙ୍କୁ ସୁଯୋଗ ମିଳିନାହିଁ। ଭଲ ପ୍ରଦର୍ଶନ କରୁନଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅସିଫ ଅଲୀ ଏବଂ ଖୁସଦିଲ୍‌ ସାହାଙ୍କୁ ସୁଯୋଗ ଦିଆଯାଇଛି। ସର୍ଫରାଜଙ୍କ ବଦଳରେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍‌ ଆଜମ ଖାନ୍‌ ସାମିଲ ହୋଇଛନ୍ତି। ଘୋଷିତ ଦଳରେ ୫ ଜଣ ବ୍ୟାଟ୍ସମ୍ୟାନ୍‌ (ଅସିଫ୍ ଅଲୀ, ବାବର ଆଜମ, ଖୁସଦିଲ୍‌ ସାହା, ମହମ୍ମଦ ହାଫିଜ ଓ ସେହେବ ମକସୁଦ୍‌), ଦୁଇ ୱିକେଟରକ୍ଷକ (ଆଜମ ଖାନ୍‌ ଓ ମହମ୍ମଦ ରିଜୱାନ), ୪ ଅଲରାଉଣ୍ଡର୍‌ (ଇମଦ ୱାସିମ୍‌, ମହମ୍ମଦ ନୱାଜ, ମହମ୍ମଦ ୱାସିମ୍ ଜୁନିୟର୍‌, ସଦାବ ଖାନ୍‌), ୪ ଦ୍ରୁତ ବୋଲର (ହରିସ୍‌ ରୌଫ, ହାସନ ଅଲୀ, ମହମ୍ମଦ ହାସନେନ୍‌, ସାହିନ୍ ସାହା ଅଫ୍ରିଦି) ରହିଛନ୍ତି। ଦଳରେ ସୁଯୋଗ ପାଇନଥିଲେ ମଧ୍ୟ ଫକର ଜମାନ, ‌ସାହାନୱାଜ ଦହାନୀ ଏବଂ ଉଦମାନ କାଦିରଙ୍କୁ ଟ୍ରାଭେଲିଂ ରିଜର୍ଭ ଖେଳାଳି ରଖାଯାଇଛି। ‌ହରିସ୍ ‌ରୌଫ ଏବଂ ମହମ୍ମଦ ହାଫିଜ୍‌ ଦଳକୁ ଆସିବା ସବୁଠାରୁ ଉଲ୍ଲେଖନୀୟ। ବିଶ୍ବକପ୍‌ ଖେଳିବାକୁ ଯିବା ପୂର୍ବରୁ ପାକିସ୍ତାନ ଲାହୋର ଓ ରାୱଲିପିଣ୍ଡିର ଘରୋଇ ପରିବେଶରେ ୭ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ୟୁଏଇ ଏବଂ ଓମାନରେ ଅକ୍ଟୋବର ୧୭ ତାରିଖରୁ ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ପାକିସ୍ତାନ ଅକ୍ଟୋବର ୨୪ ତାରିଖରେ ଭାରତ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe