ଭଲ ପ୍ରଦର୍ଶନ କରିଥିଲେ ସଚିନ-ସେହେଓ୍ଵାଗଙ୍କୁ ପଛରେ ପକାଇ ଦେଇଥାନ୍ତେ ଶହଜାଦ: ଅବଦୁଲ ରଜାକ

Advertisment
ଭଲ ପ୍ରଦର୍ଶନ କରିଥିଲେ ସଚିନ-ସେହେଓ୍ଵାଗଙ୍କୁ ପଛରେ ପକାଇ ଦେଇଥାନ୍ତେ ଶହଜାଦ: ଅବଦୁଲ ରଜାକ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ କହିଛନ୍ତି, ଯଦି ଅହମଦ ଶହଜାଦ ନିଜର ପ୍ରଦର୍ଶନ କ୍ରମାଗତ ଭାବେ ଭଲ କରିଥାନ୍ତେ ଖୁବ ଶୀଘ୍ର ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହେଓ୍ଵାଗଙ୍କୁ ପଛରେ ପକାଇ ଦେଇଥାନ୍ତେ। ରାଜାକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଏହା କହିଥିଲେ। କାର୍ଯ୍ୟକ୍ରମରେ ପାକିସ୍ତାନୀ ଖେଳାଳି ଶହଜାଦଙ୍କ ସଂପର୍କରେ ଗଣମାଧ୍ୟମର ପ୍ରତିନିଧି ପ୍ରଶ୍ନ ପଚାରିବାରୁ ରଜାକ କହିଥିଲେ, ଆପଣ ଠିକ କହିଛନ୍ତି। ମୋ ମତରେ ଶହଜାଦଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ସେ ସଚିନ ଓ ସେହେଓ୍ଵାଗଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଦେଇ ପାରିଥାନ୍ତେ।

ରଜାକଙ୍କ ଉତ୍ତରରେ ଗଣମାଧ୍ୟମର ପ୍ରତିନିଧି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ପ୍ରଶ୍ନ ପଚରାଯାଇଥିଲା ଯେ, କ’ଣ କହିଲେ? ରଜାକ ଉତ୍ତରରେ କହିଥିଲେ, ଶହଜାଦଙ୍କ ପାଖରେ ମୂଳରୁ ଏହି ଦକ୍ଷତା ଥିଲା। ସେ ପ୍ରତିଭାମାନ ଖେଳାଳି ଥିଲେ। ଅମର ଆକ୍‌ମଲ୍‌ ମଧ୍ୟ ଜଣେ ଭଲ ଖେଳାଳି ଥିଲେ। ପାକିସ୍ତାନରେ ମାତ୍ର ଗୋଟିଏ ବା ୨ଟି ମ୍ୟାଚ ଖରାପ ଖେଳିଲେ ନିଜର ସ୍ଥାନ ହରାଇବାକୁ ପଡ଼ିଥାଏ। ସେ କହିଛନ୍ତି, ମୋ ମତରେ ଯେତେବେଳେ ଜଣେ ଖେଳାଳିଙ୍କୁ ସୁଯୋଗ ମିଳିଥାଏ, ସେ କୌଣସି ପରିସ୍ଥିତିକୁ ମୁକାବିଲା କରି ଶତ ପ୍ରତିଶତ ଭଲ ପ୍ରଦର୍ଶନ କରିବାକୁ ଚାହିଁଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe