ବିପଦରେ ପାକିସ୍ତାନର ହକି, ବିଶ୍ୱକପ୍‌ରେ ଟିମ୍‌ ପଠାଇବା ପାଇଁ ଟଙ୍କା ନାହିଁ!

Advertisment
ପାକିସ୍ତାନକୁ ଯୁଗଳ ଝଟ୍‌କା, ଅଧିନାୟକ ବାଦ୍, ଅମ୍ମାଦ ନିଲମ୍ବିତ

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ପରିସ୍ଥିତି ଉପରେ ଉଣା ଅଧିକ ସମସ୍ତେ ଜାଣିଛନ୍ତି। ଅବସ୍ଥା ଏପରି ସ୍ଥିତିରେ ପହଞ୍ଚି ଯେ, ଭୁବନେଶ୍ୱର ଠାରେ ଚଳିତ ମାସ ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପ୍‌ରେ ନିଜର ଟିମ୍‌ ପଠାଇବାକୁ ଅର୍ଥ ନାହିଁ। ଆର୍ଥିକ ଅବସ୍ଥା ଶୋଚନୀୟ ହେବା ପରେ ପାକିସ୍ତାନ ସହାୟତା ଆଶାରେ ଶକ୍ତିଶାଳୀ ରାଷ୍ଟ୍ରଙ୍କ ଦ୍ୱାରସ୍ଥ ହେଉଛି। ନିକଟରେ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଆର୍ଥିକ ସହାୟତା ଆଶାରେ ଚୀନ୍‌ ଗସ୍ତ କରିଥିଲେ। ଭାରତ ଏବଂ ପାକିସ୍ତାନର ସଂପର୍କ ପୂର୍ବରୁ ହିଁ ଠିକ୍‌ ନାହିଁ।

ପାକିସ୍ତାନ ନିକଟରେ ନିଜର ହକି ଟିମ୍‌କୁ ବିଶ୍ୱକପ୍‌ ପାଇଁ ପଠାଇବାକୁ ଟଙ୍କା ନାହିଁ। ଏହା ପୂର୍ବରୁ ପାକିସ୍ତାନ ହକି ଫେଡେରେସନ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ନିକଟରେ ଆର୍ଥିକ ସହାୟତା ମାଗିଛି। ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ ବୋର୍ଡ ଆର୍ଥିକ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି। ଫଳରେ ହକି ଟିମ୍‌କୁ ଟଙ୍କା ଦେବା ପାଇଁ ମନା କରିଦେଇଛି। ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍‌ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe