ପଞ୍ଚାନନ ସ୍ମାରକୀ କ୍ରିକେଟ୍‌: ରାମେଶ୍ବର ସ୍ପୋର୍ଟିଂ ବିଜୟୀ

Advertisment
ପଞ୍ଚାନନ ସ୍ମାରକୀ କ୍ରିକେଟ୍‌: ରାମେଶ୍ବର ସ୍ପୋର୍ଟିଂ ବିଜୟୀ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ କେଶୁରା ପଡ଼ିଆରେ ଚାଲିଥିବା ଦ୍ବିତୀୟ ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ରାମେଶ୍ବର ସ୍ପୋର୍ଟିଂ ବିଜୟୀ ହୋଇଛି। ଏହି ଦଳ ଗୁରୁବାର ମ୍ୟାଚ୍‌ରେ ସହିଦ ସ୍ପୋର୍ଟିଂକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ସହିଦ ସ୍ପୋର୍ଟିଂ ୨୪.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା। ମାନସ ରଂଜନ ନୟକ ୫୪ ରନ୍‌ କରିଥିଲା ବେଳେ ରାମେଶ୍ବର ପକ୍ଷରୁ ବିଶ୍ବଜିତ ଭୂୟାଁ, ସମ୍ବିତ ଏସ୍‌ ବରାଳ ଓ ବିଶ୍ବଜିତ ମଲ୍ଲିକ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ରାମେଶ୍ବର ଏମ୍‌ଜି ଗୋପାଳଙ୍କ ୪୬, ବିଶ୍ବଜିତଙ୍କ ୨୬ ଓ କୃଷ୍ଣ ଚନ୍ଦ୍ର ବାରିକଙ୍କ ୨୪ ରନ୍‌ ବଳରେ ୨୩.୨ ଓଭରରେ ୬ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ବିଶ୍ବଜିତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ରଣଜୀ ତାରକା ବସନ୍ତ ମହାନ୍ତି ପ୍ରଦାନ କରିଥିଲେ। ଶରତ ସାହୁ ଓ ଦିଲ୍ଲୀପ କୁମ‌ାର ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର୍‌ ଥିଲେ ଗୋବିନ୍ଦ ବେହେରା। ଶୁକ୍ରବାର ମ୍ୟାଚ୍‌ ପ୍ରଗତି ସ୍ପୋର୍ଟିଂ ଏବଂ ଜୁଭେନାଇଲ ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe