ଶ୍ରୀଲଙ୍କା ଟ୍ବେଣ୍ଟି-୨୦ରେ ପାଣ୍ଡ୍ୟା ଅଧିନାୟକ

Advertisment
ଶ୍ରୀଲଙ୍କା ଟ୍ବେଣ୍ଟି-୨୦ରେ ପାଣ୍ଡ୍ୟା ଅଧିନାୟକ

ମୁମ୍ବାଇ: ରୋହିତ ଶର୍ମାଙ୍କ ଅବସର ପରେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ କିଏ ନେବେ, ସେ ଚର୍ଚ୍ଚା ଏବେ ସବୁଠି। ତେବେ ବିସିସିଆଇ ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦକୁ ପଦୋନ୍ନତି ଦେବାକୁ ସଜବାଜ ହେଉଥିବାର ସୂଚନା ମିଳିଛି। ପାଣ୍ଡ୍ୟା ଆଗାମୀ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଅନୁଷ୍ଠାନିକ ଭାବେ ନିୟମିତ ଅଧିନାୟକ ଦାୟିତ୍ବ ନେବେ। ଏହି ଶୃଙ୍ଖଳାରୁ ମଧ୍ୟ ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀର ନିଜ କାର୍ଯ୍ୟକାଳ ଆରମ୍ଭ କରିବେ। ସେହିଭଳି ଦିନିକିଆ ଶୃଙ୍ଖଳାରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବ ବୋଲି ବିସିସିଆଇ ସଙ୍କେତ ଦେଇ ସାରିଥିବାରୁ ରୋହିତ ଶର୍ମାଙ୍କ ସ୍ଥାନରେ କେଏଲ୍ ରାହୁଲ ଏହି ଗସ୍ତର ୫୦ ଓଭରିଆ ପର୍ଯ୍ୟାୟରେ ଭାରତର ନେତୃତ୍ବ ନେବେ।

ଉଭୟ ଶୃଙ୍ଖଳା ଲାଗି ଦଳ ଘୋଷଣା ଆଗାମୀ କିଛି ଦିନ ଭିତରେ ହେବ। ସୂଚନାଯୋଗ୍ୟ ଯେ ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳା ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ। ତିନି ଟିକିଆ ଶୃଙ୍ଖଳାର ପରବର୍ତ୍ତୀ ଦୁଇ ମ୍ୟାଚ୍ ୨୯ ଓ ୩୧ ତାରିଖରେ ଖେଳାଯିବ। ସବୁ ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ। ସେହିଭଳି ତିନି ଟିକିଆ ଦିନିକିଆ ଶୃଙ୍ଖଳା ଅଗଷ୍ଟ ୨ରୁ ଆରମ୍ଭ ହୋଇ ୭ରେ ଶେଷ ହେବ। ଦିନିକିଆ ମ୍ୟାଚ୍‌ଗୁଡ଼ିକ ଦିବା/ରାତ୍ର ଭିତ୍ତିରେ ଖେଳାଯିବ ଏବଂ ଅପରାହ୍ଣ ୨ଟା ୩୦ରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe