କାନ୍ବେରା: ଭାରତୀୟ ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଦେଜା ବୁଧବାର ଅଷ୍ଟ୍ରେଲିଆ ମାଟିରେ ଭାଗୀଦାରି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ରେ ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୫୦ ରନ୍ର ଅବିଭାଜିତ ଭାଗୀଦାରି ଗଢ଼ିଥିଲେ। ଯାହାକି ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଷଷ୍ଠ ୱିକେଟ୍ରେ ସର୍ବୋଚ୍ଚ ଭାଗୀଦାରିର ନୂଆ କୀର୍ତ୍ତିମାନ। ଏହି କୀର୍ତ୍ତିମାନକୁ ମଧ୍ୟ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଟ୍ବିଟ୍ କରିଥିଲା। ପାଣ୍ଡ୍ୟା ୯୨* ଓ ଜାଦେଜା ୬୬* ରନ୍ କରିବାରୁ ଏକ ସମୟରେ ୩୨ ଓଭରରେ ୧୫୨/୫ କରିଥିବା ଭାରତର ସ୍କୋର୍ ୩୦୨/୫ରେ ପହଞ୍ଚି ଯାଇଥିଲା। ନିଜର ଏହି ବହୁମୂଲ୍ୟବାନ ପାଳି ଶେଷରେ ଭ୍ରମଣକାରୀ ଦଳ ପାଇଁ ସହଜ ଆରମ୍ଭ ନଥିଲା ବୋଲି ପାଣ୍ଡ୍ୟା ସ୍ବୀକାର କରିଥିଲେ। ମଧ୍ୟକ୍ରମରେ ଆମକୁ ଖୁବ୍ ଲଢ଼ିବାକୁ ପଡ଼ିଥିଲା। କିଛି ଓଭର ଅତିବାହିତ କରିବା ପରେ ଆମେ ଦୁହେଁ ଆତ୍ମବିଶ୍ବାସ ପାଇଯାଇଥିଲୁ। ଫଳରେ ଦଳୀୟ ସ୍କୋର୍ ୨୫୦ରୁ ୨୭୦ ମଧ୍ୟରେ ପହଞ୍ଚାଇପାରିବୁ ବୋଲି ଭାବିଥିଲୁ। ତେବେ ଦୁହେଁ ଅତି ବଢ଼ିଆ ବ୍ୟାଟିଂ କରିବାରୁ ସ୍କୋର୍ ୩୦୦ ଟପି ଯାଇଥିଲା। ତୁମେ ଯେତେବେଳେ ସ୍କୋର୍ ୭୦ ପାଇଁ ପ୍ରୟାସ କରିବ ତାହା ୯୦ରେ ପହଞ୍ଚିଯାଇପାରିବ ବୋଲି ପାଣ୍ଡ୍ୟା କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us