ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଲେ ପାଣ୍ଡ୍ୟା, ପ୍ରଥମ ମ୍ୟାଚ୍‌ ଖେଳିବେନି

Advertisment

ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତୀୟ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ତୁରନ୍ତ ତାଙ୍କ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ହାର୍ଦ୍ଦିକଙ୍କୁ ନିଆରା ବାର୍ତ୍ତାରେ ସ୍ବାଗତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ‘ତୋପ ଆସି ପହଞ୍ଚିଗଲେ’ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛି....

ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତୀୟ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ତୁରନ୍ତ ତାଙ୍କ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ହାର୍ଦ୍ଦିକଙ୍କୁ ନିଆରା ବାର୍ତ୍ତାରେ ସ୍ବାଗତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ‘ତୋପ ଆସି ପହଞ୍ଚିଗଲେ’ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛି....

hardikp

ମୁମ୍ବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତୀୟ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ତୁରନ୍ତ ତାଙ୍କ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ହାର୍ଦ୍ଦିକଙ୍କୁ ନିଆରା ବାର୍ତ୍ତାରେ ସ୍ବାଗତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ‘ତୋପ ଆସି ପହଞ୍ଚିଗଲେ’ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛି ଏହି ୫ ଥର ବିଜେତା ଦଳ। ହାର୍ଦିକ ମଧ୍ୟ ଗତ ଦୁଇଟି ଆଇସିସି ଟ୍ରଫି ବିଜୟରେ ଭାରତୀୟ ଦଳର ପ୍ରମୁଖ ଅଂଶ ରହି ଆସିଛନ୍ତି। ହାର୍ଦ୍ଦିକ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ। ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସର ଶେ‌‌ଷ ଲିଗ୍ ମ୍ୟାଚ୍‌ରେ ସ୍ଲୋ ଓଭର୍ ରେଟ୍ ପାଇଁ ଅଧିନାୟକ ଭାବେ ହାର୍ଦିକଙ୍କ ଉପରେ ଗୋଟିଏ ମ୍ୟାଚ୍ ନିଲମ୍ବନ ଲାଗୁ ରହିଛି। ୨୦୨୪ରେ ମୁମ୍ବାଇ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ତେଣୁ ହାର୍ଦିକ ମାର୍ଚ୍ଚ ୨୩ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍ (ବନାମ ଚେନ୍ନାଇ ସୁପର୍ କିଙ୍ଗ୍ସ)ରେ ଖେଳିବେ ନାହିଁ।

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ହାର୍ଦିକ ୫ ମ୍ୟାଚ୍‌ ଖେଳି ୨୪.୭୫ ହାରରେ ୯୯ ରନ୍ ସଂଗ୍ରହ କରିବା ସହ ୫.୮୩ ହାରରେ ୪ ୱିକେଟ୍ ନେଇଥିଲେ। ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ନିକଟରୁ ଭାରତ ହାରିଯାଇଥିଲା। ଏବେ ଏହାର ଭରଣା କରାଯାଇଥିବାରୁ ହାର୍ଦିକ ଖୁସି ବ୍ୟକ୍ତ କରିଛନ୍ତି। ‘ମୋର ଏକ ଅଧୁରା ସ୍ବପ୍ନ ସାକାର ହୋଇଛି। ଏଥି ପାଇଁ ୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ଏହି ସମୟ ଭିତରେ ଜୀବନ‌ରେ ଅନେକ କିଛି ଘଟିଯାଇଛି। ତଥାପି ଏହି ସମୟ ମଧ୍ୟରେ ଭାରତ ପାଇଁ ଏକାଧିକ ଟ୍ରଫି ଜିତିବା ମୋ ପାଇଁ ବଡ଼ ଗୁରୁତ୍ବପୂର୍ଣ୍ଣ’ ବୋଲି ହାର୍ଦିକ ପ୍ରକାଶ କରିଛନ୍ତି। ଆଇପିଏଲ୍ ଖେଳ ଜୀବନରେ ହାର୍ଦିକ ୧୩୭ ମ୍ୟାଚ୍‌ରୁ ୧୦ ଅର୍ଦ୍ଧଶତକ ସହ ୨୫୨୫ ରନ୍ ସଂଗ୍ରହ କରିଛନ୍ତି। ୯.୦୯ ଇକୋନୋମିରେ ୬୪ ୱିକେଟ୍ ବି ଅକ୍ତିଆର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe