ପୁଅର ଡାଇପର୍‌ ବଦଳାଇବା ମିସ୍ କରୁଛନ୍ତି ପାଣ୍ଡ୍ୟା

ପୁଅର ଡାଇପର୍‌ ବଦଳାଇବା ମିସ୍ କରୁଛନ୍ତି ପାଣ୍ଡ୍ୟା

ଦୁବାଇ: ଚଳିତ ଥର ଆଇପିଏଲ୍‌ କଡ଼ା ନିୟମ ଏବଂ କଠୋର ଜୈବ ବଳୟ ମଧ୍ୟରେ ଖେଳାଯାଉଛି। ସେଥିପାଇଁ ବିନ୍ଦାସ ଓ ବେପରୁଆ ଜୀବନଶୈଳୀ ପାଇଁ ପରିଚିତ ମୁମ୍ବାଇ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନିଶ୍ଚିତ ପାର୍ଟି ଓ ଉତ୍ସବକୁ ଯିବା ମିସ୍ କରୁଥିବେ। ଏଭଳି ଭାବନା ନେଇ ଭାଷ୍ୟକାର ପଚାରିଥିବା ପ୍ରଶ୍ନର ପାଣ୍ଡ୍ୟା ଯେଉଁ ଉତ୍ତର ରଖିଥିଲେ, ତାହା କେବଳ ତାଙ୍କ ସାଥୀ ଖେଳାଳି ନୁହଁ, ପ୍ରଶଂସକଙ୍କୁ ମଧ୍ୟ ଚକିତ କରିଦେଇଥିଲା।

ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ୮ ୱିକେଟ୍ ବିଜୟରେ ପ୍ରମୁଖ ଭମିକା ତୁଲାଇଥିବା ପାଣ୍ଡ୍ୟା 'ସୁପର ଷ୍ଟ୍ରାଇକର' ପୁରସ୍କାର ଗ୍ରହଣ କଲା ବେଳେ ଭାଷ୍ୟକାର ଡାନି ମୋରିସନ୍ ତାଙ୍କୁ କୌତୁକିଆ ପ୍ରଶ୍ନ ପଚାରିଥିଲେ। ତୁମେ ନିଶ୍ଚିତ ପାର୍ଟିକୁ ଯିବାକୁ ମିସ୍ କରୁଥିବ? ବୋଲି ମୋରିସନ୍ ମଜାରେ କହିଥିଲେ। ପାଣ୍ଡ୍ୟା ତତକ୍ଷଣାତ୍ ଏହାର ଉତ୍ତର ରଖି, ନା ମୁଁ ଏବେ ବାପା ହୋଇଗଲିଣି। ଏଣୁ ସେସବୁ ପରିବର୍ତ୍ତେ ଡାଇପର ବଦଳାଇବା ମିସ୍ କରିବା ଉଚିତ ବୋଲି କହିଥିଲେ। ଏହା ଶୁଣି ମୋରିସନ୍ ହସି ପକାଇଥିଲେ। ପାଣ୍ଡ୍ୟା ନିକଟରେ ପିତା ହୋଇଥିଲା ବେଳେ ସାଥୀ ତଥା ବଲିଉଡ୍ ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକ ଓ ପୁଅ ଅଗସ୍ତ୍ୟକୁ ଛାଡ଼ି ସଂପ୍ରତି ଏକାକୀ ୟୁଏଇରେ ଆରପିଏଲ୍ ଖେଳୁଛନ୍ତି। ପୁଅ ଓ ନତାଶାଙ୍କୁ ବହୁତ ମିସ୍ କରୁଥିବା ଅନେକ ଥର ଟ୍ବିଟ୍ କରି ସେ ଜଣାଇ ସାରିଛନ୍ତି। ନତାଶା ମଧ୍ୟ ତାଙ୍କୁ ମିସ୍ କରୁଥିବା ନିୟମିତ ଟ୍ବିଟ୍ କରି କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe