ଲର୍ଡସ୍: କପିଳ ଦେବ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ତୁଳନାକୁ କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର ପ୍ରତ୍ୟାଖାନ କରି ଦେଇଛନ୍ତି। କପିଳଙ୍କ ଭଳି ଅଲରାଉଣ୍ଡର୍ ଶତାବ୍ଦୀରେ ଥରେ ଜନ୍ମ ନିଅନ୍ତି, ହାର୍ଦିକଙ୍କୁ ତାଙ୍କ ସହ ତୁଳନା କରନାହିଁ ବୋଲି ଗାଭାସ୍କର ପରାମର୍ଶ ଦେଇଛନ୍ତି। କପିଳଙ୍କୁ କାହାରି ସହ ତୁଳନା କରାଯିବା କଥା ନୁହେଁ। ସେ କେବଳ ଗୋଟିଏ ପିଢ଼ିର ନୁହଁନ୍ତି। ସାର୍ ଡନ୍ ବ୍ରାଡ୍ମ୍ୟାନ୍, ସଚିନ ତେନ୍ଦୁଲକରଙ୍କ ଭଳି ସେ ଶତାବ୍ଦୀର ଜଣେ ମାତ୍ର ଅଲ୍ରାଉଣ୍ଡର୍। ଏକ ଟିିଭି ଚାନେଲ୍କୁ ସାକ୍ଷାତ୍କାର ବେଳେ ଗାଭାସ୍କର ବିରକ୍ତିର ସହ ଏଭଳି ମତ ଦେଇଥିଲେ। ସେହିଭଳି ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଶିଖର ଧାଓ୍ଵନଙ୍କ ଖେଳକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଧାଓ୍ଵନ ନିଜ ଖେଳରେ ଆଦୌ ପରିବର୍ତନ କରିବାକୁ ଚାହୁଁ ନାହାନ୍ତି ବୋଲି ୬୯ ବର୍ଷୀୟ ଗାଭାସ୍କର କହିଥିଲେ। ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ଲର୍ଡସ ଟେଷ୍ଟ୍ରେ ଭାରତ ଜଣେ ଅତିରିକ୍ତ ବ୍ୟାଟସମ୍ୟାନ୍ଙ୍କୁ ଖେଳାଇବା ସପକ୍ଷରେ ମଧ୍ୟ ଗାଭାସ୍କର ମତ ଦେଇଛନ୍ତି।
ପାଣ୍ଡ୍ୟାଙ୍କୁ କପିଳଦେବଙ୍କ ସହ ତୁଳନା କରନାହିଁ: ଗାଭାସ୍କର
Advertisment
Follow Us