ପାଣ୍ଡ୍ୟା ଟେଷ୍ଟ୍ ଦଳରେ ରହିବା ଉଚିତ: ୱର୍ନ

Advertisment
ପାଣ୍ଡ୍ୟା ଟେଷ୍ଟ୍ ଦଳରେ ରହିବା ଉଚିତ: ୱର୍ନ

News18.com

ସିଡନି: କିଂବଦନ୍ତି ଅଷ୍ଟ୍ରେଲୀୟ ସ୍ପିନର୍‌ ସେନ୍‌ ୱର୍ନ ଅନୁଭବ କରିଛନ୍ତି ଅଲ୍‌ରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଭାରତୀୟ ଟେଷ୍ଟ୍ ଦଳରେ ସ୍ଥାନ ପାଇବା ଉଚିତ। ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ଲାଗି ହାର୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ। ୱର୍ନ ନିଜ ଟ୍ବିଟର୍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ହାର୍ଦିକଙ୍କ ଭଳି ଚରିତ୍ର ଓ ସୁପରଷ୍ଟାର୍‌ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଲାଗି ଦଳରେ ସ୍ଥାନ ପାଇବା ଉଚିତ ଥିଲା। ଦଳ ଭିତରେ ଶକ୍ତି ଭରିଦେବା ଭଳି କ୍ଷମତା ହାର୍ଦିକଙ୍କ ନିକଟରେ ରହିଛି। ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ପାଣ୍ଡ୍ୟା ଚମତ୍କାର ଖେଳିଥିଲେ। ଦିନିକିଆ ଶୃଙ୍ଖଳାରେ ଭାରତର ଅଗ୍ରଣୀ ରନ୍‌ ସ୍କୋରର୍‌ (୨୧୦) ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବଳରେ ଭାରତ ଟି-୨୦ ଶୃଙ୍ଖଳା ବିଜୟୀ ହୋଇଥିଲା। ପିଠି ସମସ୍ୟା କାରଣରୁ ବିଶେଷ ବୋଲିଂ କରିନଥିଲେ ମଧ୍ୟ ଖାଣ୍ଟି ବ୍ୟାଟ୍ସମ୍ୟାନ୍ ଭାବେ ନିଜ ଚମକ ଛାଡ଼ିଥିଲେ। ବହୁ ଚର୍ଚ୍ଚିତ ଟେଷ୍ଟ୍ ଶୃଙ୍ଖଳା ଲାଗି ତାଙ୍କ ନାମ ଭାରତୀୟ ଦଳରେ ନଥିବାରୁ ସେନ୍‌ ୱର୍ନଙ୍କ ସହିତ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ରେଡ୍‌ ହଟ୍ ଫର୍ମରେ ଥିବାରୁ ହାର୍ଦିକଙ୍କୁ ଅଷ୍ଟ୍ରେଲିଆରେ ଅଟକାଇ ରଖାଯିବା ଉଚିତ ବୋଲି କୈଫ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe