ପାଣ୍ଡ୍ୟାଙ୍କ ତାସ୍‌ ଖେଳ

ପାଣ୍ଡ୍ୟାଙ୍କ ତାସ୍‌ ଖେଳ

ଭଦୋଦରା: ଅଷ୍ଟ୍ରେଲିଆରେ ସୀମିତ ଓଭର ଶୃଙ୍ଖଳା ଖେଳି ଭାରତ ଫେରିବା ପରେ ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପତ୍ନୀ ନତାଶା ଷ୍ଟାଙ୍କୋଭିକ ଏବଂ ପୁଅ ଅଗସ୍ତ୍ୟ ସହ ଅଧିକ ସମୟ କଟାଉଛନ୍ତି। ସାମାଜିକ ଗଣାମାଧ୍ୟମରେ ଫଟୋ ପ୍ରକାଶ କରି ପ୍ରଶଂସକଙ୍କୁ ନିଜ ବ୍ୟକ୍ତିଗତ ଜୀବନର ଏହି ସ୍ମରଣୀୟ ଏବଂ ଖୁସୀର ମୁହୂର୍ତ୍ତକୁ ବାଣ୍ଟୁଛନ୍ତି। ବୁଧବାର ପାଣ୍ଡ୍ୟା ପତ୍ନୀ ଓ ପରିବାର ବର୍ଗ ସହ ତାସ୍ ଖେଳୁଥିବାର ଫଟୋ ପ୍ରକାଶ କରିଥିଲେ। ଏହା କରି ଖାଲି ସମୟକୁ କେମିତି କଟାଉଛନ୍ତି, ତାର ଝଲକ ଦେଖାଇଥିଲେ। ଫଟୋଟିରେ ପାଣ୍ଡ୍ୟାଙ୍କ ଘର ଭିତରେ ଖ୍ରୀଷ୍ଟମାସ୍ ଟ୍ରି ଓ ବେଲୁନ୍ ଟଙ୍ଗା ଯାଇଥିବା ଏବଂ ଏହାକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳୁଛି। ଏହା ତଳେ ‘ମୋ ପରିବାର, ଟିକେ ଦେଖନ୍ତୁ’ ବୋଲି ସେ ଲେଖିଥିଲେ। କିଛି ଦିନ ତଳେ ପାଣ୍ଡ୍ୟା ଓ ନତାଶା ନିଜର ପ୍ରଥମ ବିବାହ ବାର୍ଷିକୀ ମଧ୍ୟ ପାଳନ କରିଥିଲେ। ଯାହାର ଫଟୋ ମଧ୍ୟ ସେ ପ୍ରକାଶ କରିଥିଲେ। ଏମିତି ନୁହେଁ ଯେ ସେ କେବଳ ତାସ୍ ଖେଳି ସମୟ କଟାଉଛନ୍ତି। କଠିନ ଅଭ୍ୟାସ କରି ବୋଲିଂ ଫିଟନେସ୍ ପାଇବାକୁ ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଅଭ୍ୟାସ ଅଧିବେଶନର ଅନେକ ଫଟୋ ମଧ୍ୟ ସେ ଗୁରୁବାର ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe