ଭୁବନେଶ୍ବର: ରାଜସ୍ଥାନର ନାଥୱାରଠାରେ ଚାଲିଥିବା ପଞ୍ଚମ ଜାତୀୟ କନିଷ୍ଠ ଡ୍ୟୁବଲ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି। ବାଳକରେ ପଞ୍ଜାବକୁ ହରାଇ ରାଜସ୍ଥାନ ଏବଂ ବାଳିକାରେ ରାଜସ୍ଥାନକୁ ହରାଇ ପଞ୍ଜାବ ବିଜେତା ହୋଇଥିଲା। ଉଭୟ ବିଭାଗରେ ପଞ୍ଜାବ ଫାଇନାଲକୁ ଉଠିଥିବାବେଳେ ଏହାର ସଫଳତା ପଛରେ ଥିଲେ ଓଡ଼ିଶାର ଜଣାଶୁଣା ହ୍ୟାଣ୍ଡ୍ବଲ୍ ପ୍ରଶିକ୍ଷକ ବିଶ୍ବରଂଜନ ଦାଶ। େତବେ ପଞ୍ଜାବ ଡ୍ୟୁବଲ୍ ସଂଘର ବିେଶଷ ଅନୁରୋଧରେ ଏହି ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ସଫଳ ହେବା ମୋ ପାଇଁ ଏକ ବଡ଼ ଉପଲବଧି ବୋଲି ସେ କହିଛନ୍ତି। ଓଡ଼ିଶା ବାଳକ ଦଳର ପ୍ରଶିକ୍ଷକ ବିଶ୍ବରଂଜନ ଏହି ପ୍ରତିଯୋଗିତାର ବୈଷୟିକ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ହ୍ୟାଣ୍ଡବଲ୍ ସଦୃଶ ଏହି ଖେଳରେ ଓଡ଼ିଶା ଦଳ ପ୍ରଶିକ୍ଷଣ ଶିବିର ଅଭାବରୁ ପ୍ରଥମରୁ ହାରିଗଲେ ବୋଲି କହିଛନ୍ତି ଶ୍ରୀ ଦାଶ।
ଜାତୀୟ ଡ୍ୟୁବଲ୍ ଉଦ୍ଯାପିତ, ପଞ୍ଜାବକୁ ବିଜେତା କରାଇଲେ ବିଶ୍ବ
Advertisment
Follow Us