????????????????????????????????????
ଭୁବନେଶ୍ବର: ଓଡ଼ିଶାର ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ପଙ୍କଜ ଭୂଏ ଇଂଲଣ୍ଡ ବିପକ୍ଷରେ ଚିତ୍ତାକର୍ଷକ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ବଳରେ ଶନିବାର ଭାରତ ବେଙ୍ଗାଲୁରୁରେ ଖେଳା ଯାଉଥିବା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍କୁ ୧୯୮ ରନ୍ର ବୃହତ୍ ବ୍ୟବଧାନରେ ଜିତି ନେଇଛି। ଫଳରେ ଦୁଇଟି ମ୍ୟାଚ୍ରୁ ଦୁଇଟି ବିଜୟ ସହ ଭାରତ ପୂରା ୬ ପଏଣ୍ଟ ଅର୍ଜନ କରି ନେଇଛି। ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପଙ୍କଜଙ୍କ ୧୦୧ ଏବଂ ଅନୀଲଙ୍କ ୯୨ ରନ୍ ବଳରେ ନିର୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ୧୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୪୨ ରନ୍ କରି ପାରିଥିଲା। ବ୍ୟାଟ୍ ଭଳି ବଲ୍ରେ ମଧ୍ୟ ପଙ୍କଜ ନିଜ କମାଲ ଦେଖାଇଥିଲେ। କେବଳ ୨ ରନ୍ ଦେଇ ସେ ୩ ୱିକେଟ୍ ଅକ୍ତିଆର କରିଥିଲେ। ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡକୁ ସେ ହିଁ ଭାଙ୍ଗି ଦେଇଥିଲେ। ଅଲରାଉଣ୍ଡ ପ୍ରଦଶର୍ନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ।
Follow Us