ପଙ୍କଜ ଜିତିଲେ ଏସୀୟ ସ୍ନୁକର ଟ୍ରଫି

Advertisment
ପଙ୍କଜ ଜିତିଲେ ଏସୀୟ ସ୍ନୁକର ଟ୍ରଫି

ନୂଆଦିଲ୍ଲୀ: ୧୯ ଥରର ବିଶ୍ବ ବିଜେତା ଭାରତୀୟ ତାରକା ପଙ୍କଜ ଆଡ଼ଭାନୀ ବୁଧବାର ଏସୀୟ ସ୍ନୁକର ଟୁର୍‌ ମୁକୁଟ କରାୟତ କରିଛନ୍ତି। ଚୀନ୍‌ର ଜିନାନରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ସେ ୬-୧ରେ ସ୍ଥାନୀୟ ଖେଳାଳି ଜୁ ରେଟିଙ୍କୁ ପରାସ୍ତ କରିଥିଲେ। ଏଥି ସହ ‌ପଙ୍କଜ ଏସୀୟ ଟୁର୍‌ ପ୍ରତି‌େଯାଗିତାରେ ପ୍ରଥମ ଟ୍ରଫି ଜିତିବାର ଗୌରବ ପାଇଥିଲେ। ବିଶ୍ବ ବିଲି୍ୟାର୍ଡ୍ସ ଓ ସ୍ନୁକର ପ୍ରତିଯୋଗିତାର ଆଉ ମାତ୍ର କିଛି ଦିନ ଥିଲା ବେ‌େଳ ଏହି ପୂର୍ବତନ ବିଜେତା ଏଠାରେ ଟ୍ରଫି ଜିତି ନିଜର ମନୋବଳକୁ ଆହୁରି ଦୃଢ଼ କରି ଦେଇଛନ୍ତି। ବିଶ୍ବ ପ୍ରତିଯୋଗିତା ନଭେମ୍ବର ୧୨ରୁ ୨୭ ତାରିଖ ପର୍ଯ୍ୟନ୍ତ ମିଆଁମାରରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe