ଧୋନିଙ୍କ ସହ ବଡ଼ଦିନ ପାଳିଲେ ପନ୍ତ୍‌

ଧୋନି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରନ୍ତିନି: ପନ୍ତ

India TV

ରାଞ୍ଚି: ଭାରତୀୟ ଯୁବ ଵିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ୍‌ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ବୁଧବାର ବଡ଼ଦିନ ପାଳନ କରିଛନ୍ତି। ଧୋନି ଓ ଦୁଇ ବନ୍ଧୁଙ୍କ ସହ ପନ୍ତ୍‌ ଏକ ଫଟୋକୁ ଟ୍ବିଟର୍‌ରେ ଛାଡି ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ପନ୍ତ୍‌ ଲେଖିଛନ୍ତି, “ଆପଣମାନଙ୍କୁ ବଡ଼ଦିନର ଶୁଭେଚ୍ଛା। ଏହି ପର୍ବର ଋତୁ ସମସ୍ତଙ୍କ ଜୀବନରେ ଶାନ୍ତି, ଆନନ୍ଦ ଓ ଖୁସି ନେଇଆସୁ।” ବିଶ୍ବକପ୍ ପରଠୁ ଧୋନି କ୍ରିକେଟ୍‌ଠୁ ଦୂରରେ ଅଛନ୍ତି। ଏବେ ୩୮ ବର୍ଷ ବୟସ୍କ ଧୋନି ବିରତି ସମୟ ବିତାଉଛନ୍ତି। ତାଙ୍କ ସ୍ଥାନରେ ୨୨ ବର୍ଷ ବୟସ୍କ ପନ୍ତ୍‌ ଵିକେଟ୍‌ରକ୍ଷକ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ନିକଟରେ ଶେଷ ହୋଇଥିବା‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ପନ୍ଥ ୧୧୭ ରନ୍‌ କରିଥିଲେ। ଭାରତ ଏହି ଶୃଙ୍ଖଳାକୁ ୨-୧ରେ ଜିତିଥିଲା। ତେବେ ପନ୍ତ୍‌ଙ୍କୁ ଅନେକଥର ଉଭୟ ସକରାତ୍ମକ ଓ ନକରାତ୍ମକ ଭାବେ ଧୋନିଙ୍କ ସହ ତୁଳନା କରାଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe