ଆଡିଲେଡ୍: ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ୬ କ୍ୟାଚ୍ ନେଇ ମହେନ୍ଦ୍ର ସିଂହ ଧୋନିଙ୍କ କୀର୍ତିମାନର ସମକକ୍ଷ ହୋଇଛନ୍ତି। କୌଣସି ଟେଷ୍ଟ୍ର ଗୋଟିଏ ପାଳିରେ ଜଣେ ଭାରତୀୟ ୱିକେଟ୍ରକ୍ଷକ ଭାବେ ସର୍ବାଧିକ କ୍ୟାଚ୍ ନେବାର କୀର୍ତିମାନ ଧୋନିଙ୍କ ନାମରେ ରହିଥିଲା। ଶନିବାର ୨୧ ବର୍ଷ ବୟସ୍କ ପନ୍ତ୍ ଏହାର ସମକକ୍ଷ ହୋଇଛନ୍ତି। ଶନିବାର ମହମ୍ମଦ ସାମିଙ୍କ ବଲ୍ରେ ସେ ହାଜ୍ଲେଉଡ୍ଙ୍କ କ୍ୟାଚ୍ ଧରିବା ପରେ ଧୋନିଙ୍କ କୀର୍ତିମାନର ସମକକ୍ଷ ହୋଇଯାଇଥିଲେ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ୍ ବିପକ୍ଷ ୨୦୦୯ ୱେଲିଂଟନ୍ ଟେଷ୍ଟ୍ରେ ଧୋନି ଏଭଳି ସଫଳତା ହାସଲ କରିଥିଲେ। ଶୃଙ୍ଖଳା ପୂର୍ବରୁ ପନ୍ତ୍ ଖେଳିଥିବା ୫ ଟେଷ୍ଟ୍ରୁ ୪୩.୨୫ ହାରରେ ୩୪୬ ରନ୍ କରିଥିଲେ। ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍ ୧୧୪ ରହିଛି। ଯାହାକି ଇଂଲଣ୍ଡ୍ ବିପକ୍ଷରେ ପାଇଛନ୍ତି। ସେହିପରି ପୂର୍ବ ୫ ଟେଷ୍ଟ୍ରେ ସେ ୨୦ କ୍ୟାଚ୍ ଓ ୨ ଷ୍ଟମ୍ପିଂ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ସେ ୨୫ ରନ୍ କରିଥିଲା ବେଳେ ୬ କ୍ୟାଚ୍ ନେଇଛନ୍ତି।
ଧୋନିଙ୍କ କୀର୍ତିମାନର ସମକକ୍ଷ ହେଲେ ପନ୍ତ୍
Advertisment
Follow Us