ଲକ୍ଷ୍ନୌକୁ ବିଦାକଲା ହାଇଦ୍ରାବାଦ

Advertisment

ଚଳିତ ଆଇପିଏଲ୍‌ରେ ଋଷଭ ପନ୍ତଙ୍କ ବିଫଳତା ଧାରା ଜାରି ରହିଛି। ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ମାତ୍ର ୭ ରନ୍ କରିବା ପରେ ଲକ୍ଷ୍ନୌର ପ୍ଲେ ଅଫ୍ ଆଶା ଏକପ୍ରକାର ମଉଳିଯିବା ଦ୍ବାର ଦେଶରେ ରହିଛି।

ଚଳିତ ଆଇପିଏଲ୍‌ରେ ଋଷଭ ପନ୍ତଙ୍କ ବିଫଳତା ଧାରା ଜାରି ରହିଛି। ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ମାତ୍ର ୭ ରନ୍ କରିବା ପରେ ଲକ୍ଷ୍ନୌର ପ୍ଲେ ଅଫ୍ ଆଶା ଏକପ୍ରକାର ମଉଳିଯିବା ଦ୍ବାର ଦେଶରେ ରହିଛି।

xvxv  cvcv

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ରେ ଋଷଭ ପନ୍ତଙ୍କ ବିଫଳତା ଧାରା ଜାରି ରହିଛି। ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ମାତ୍ର ୭ ରନ୍ କରିବା ପରେ ଲକ୍ଷ୍ନୌର ପ୍ଲେ ଅଫ୍ ଆଶା ଏକପ୍ରକାର ମଉଳିଯିବା ଦ୍ବାର ଦେଶରେ ରହିଛି। ପନ୍ତଙ୍କ ଲଜ୍ଜାଜନକ ବ୍ୟାଟିଂ ପାଇଁ ଲକ୍ଷ୍ନୌ ମାଲିକ ସଂଜୀବ ଗୋଏଙ୍କା ମ୍ୟାଚ୍ ନଦେଖି ଷ୍ଟାଡି୍ୟମ୍ ବାଲ‌କୋନି ବାହାରକୁ ଚାଲିଯିବା ବେଶ୍ ଚର୍ଚ୍ଚିତ ହୋଇଛି।

ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ପାଇଁ ଦୁଇ ବିଦେଶୀ ଓପନର୍ ମିଚେଲ ମାର୍ସ ଓ ଐଦେନ ମାରକ୍ରମ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ମାତ୍ର ୧୦.୩ ଓଭରରେ ୧୧୫ ରନ୍ ଯୋଡ଼ିଥିଲେ। ଦୁଇ ଜଣ ଯାକ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳି ହାଇଦ୍ରାବାଦ ବୋଲରଙ୍କୁ ନୟାନ୍ତ କରିଥିଲେ। ବିପଜ୍ଜନକ ମାର୍ସଙ୍କୁ ଆଉଟ୍ କରି ସ୍ପିନର୍ ହର୍ଷ ଦୁବେ ଉଭୟଙ୍କୁ ଅଲଗା କରିବା ପରେ କିନ୍ତୁ ହାଇଦ୍ରାବାଦର ଭାଗ୍ୟ ଉଦୟ ହୋଇଥିଲା। ତା’ ସହିତ ଅଧିନାୟକ ଋଷଭ ପନ୍ତ ପୁଣି ଥରେ ବେପରୁଆ ଓ ବିସ୍ମୟକର ପାଳି ଖେଳି ନିରାଶ କରିଥିଲେ। ତାଙ୍କ ସହ ଆୟୁଷ ବଡୋନି, ଅବଦୁଲ ସମଦ ଓ ଶାର୍ଦୁଳ ଠାକୁର ମଧ୍ୟ ଏକ ଅଙ୍କରେ ଅଟକି ଯାଇଥିଲେ। ଫଳରେ ଶେଷ ୯.୩ ଓଭରରେ ଦିଶାହୀନ ହୋଇ ରନ୍ ଗତିକୁ ଯେତିକି ବଢ଼ାଇବା କଥା ସେତିକି ବଢ଼ାଇ ପାରି ନଥିଲା ଲକ୍ଷ୍ନୌ। ଅନ୍ୟତମ ବିଦେଶୀ ତାରକା ନିକୋଲାସ ପୂରନଙ୍କ ଉପଯୋଗୀ ୪୫ ରନ୍ ବଳରେ ହିଁ ଏହି ଦଳ ୨୦୦ ଟପିପାରିଥିଲା। ତେବେ ପୂରନ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହୋଇ ମାତ୍ର ୫ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଯାହାର ରାଗ ସେ ଡ୍ରେସିଂ ରୁମ୍‌ରେ ନିଜ ଉପକରଣ ଫିଙ୍ଗି ଶୁଝାଇଥି‌ଲେ। ଏହି କାରଣରୁ ବି ଏକଦା ଅଢ଼େଇ ଶହ ରନ୍ ଛୁଇଁବା ଆଶାରେ ଥିବା ଲକ୍ଷ୍ନୌ ୨୦୫ ରନ୍‌ରେ ଅଟକି ଯାଇଥିଲା। 

ସଂକ୍ଷିପ୍ତ ସ୍କୋର୍: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୦ ଓଭରରେ ୨୦୫/୭ (ମିଚେଲ ମାର୍ସ ୬୫, ଐଦେନ ମାରକ୍ରମ ୬୧, ନିକୋଲାସ୍ ପୂରନ ୪୫, ଈଶାନ ମାଲିଙ୍ଗା ୨/୨୮)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe