News18 Hindi
ଡେରାଡୁନ: ଗତ ଡିସେମ୍ବର ୩୦ରେ ମା’କୁ ଦେଖାକରିବାକୁ ଘରକୁ ଫେରୁଥିବା ବେଳେ କାର୍ ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ ୱିକେଟ୍ରକ୍ଷକ ବ୍ୟାଟର୍ ଋଷଭ ପନ୍ତ। ଡେରାଡୁନସ୍ଥିତ ମ୍ୟାକ୍ସ ହସ୍ପିଟାଲ୍ରେ ତାଙ୍କୁ ଆରମ୍ଭରୁ ଚିକିତ୍ସା କରାଯାଇଥିଲା। ଏହାପରେ ବିସିସିସିଆଇ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନି ହସ୍ପିଟାଲ୍କୁ ସ୍ଥାନାନ୍ତର କରିଥିଲା। ସଂପ୍ରତି ଏବେ ସେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ସେ ନିଜ ଇନ୍ଷ୍ଟାଗ୍ରାମରେ ହସ୍ପିଟାଲ୍ରୁ ଏକ ଫଟୋ ପୋଷ୍ଟ କରି ପ୍ରଶଂସକମାନଙ୍କୁ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି। ‘‘କଦାପି ଜାଣିପାରିନଥିଲି ବାହାରେ ବସିବା ଏବଂ ନିର୍ମଳ ପବନ ଶରୀର ଓ ମନକୁ କେତେ ଫୂର୍ତ୍ତି କରେ’’ ବୋଲି ପନ୍ତ ଇନ୍ଷ୍ଟାଗ୍ରାମ ପୋଷ୍ଟ କରିଥିବା ଫଟୋର ଶିରୋନାମାରେ ଲେଖିଥିଲେ।
Follow Us