ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହୁଲଙ୍କ ବଦଳରେ ପନ୍ତ୍‌!

Advertisment
ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହୁଲଙ୍କ ବଦଳରେ ପନ୍ତ୍‌!

Navbharat Times

ପର୍ଥ : ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌‌ ଦୌଡ଼ରେ ଆଗରେ ରହିଛି। ଦୁଇଟି ମ୍ୟାଚ୍‌ରେ ଅପରିବର୍ତ୍ତିତ ଥିବା ଭାରତୀୟ ଦଳ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍‌ ପାଇଁ ପରିବର୍ତ୍ତନ କରିବ କି ନାହିଁ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ୧୧ ଜଣଙ୍କ ମଧ୍ୟରେ କେବଳ କେଏଲ୍‌ ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଭାବୀ ପ୍ରଦର୍ଶନ ଦେଇଚାଲିଛନ୍ତି। ହେଲେ ରାହୁଲ ଦୁଇଟି ମ୍ୟାଚ୍‌ରେ ମାତ୍ର ୧୩ ରନ୍‌ କରିଛନ୍ତି। ତେଣୁ ତାଙ୍କର ବିକଳ୍ପ ଭାବେ ଋଷଭ ପନ୍ତ୍‌ଙ୍କୁ ସୁଯୋଗ ଦିଆଯିବା ଉପରେ କ୍ରିକେଟ୍‌ ପଣ୍ଡିତମାନେ ମତ ଦେଉଛନ୍ତି।

ରୋହିତଙ୍କ ସହିତ ପନ୍ତ୍‌ ବ୍ୟାଟିଂ ଆରମ୍ଭ କଲେ ମଧ୍ୟକ୍ରମ ଉପରୁ ଚାପ ହଟିପାରିବ। ପନ୍ତ୍‌ ବଡ଼ ସଟ୍‌ ମାରିବାରେ ଧୂରନ୍ଧର। ଦୀନେଶ କାର୍ତ୍ତିକ ଯଦିଓ କେବଳ ପାକିସ୍ତାନ ବିପକ୍ଷରେ ୨ଟି ବଲ୍‌ ବ୍ୟାଟିଂ ପାଇଥିଲେ ତେଣୁ ତାଙ୍କୁ ଦଳରୁ ବାଦ୍‌ ଦେଇହେବନି। ବରଂ ବିକଳ୍ପ ଭାବେ ରାହୁଲଙ୍କ ସ୍ଥାନରେ ପନ୍ତ୍‌ଙ୍କୁ ରୋହିତଙ୍କ ସହ ପାଳି ଆରମ୍ଭ କରାଇଲେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଚାପ ରହିପାରିବ। ଅନ୍ୟପକ୍ଷରେ କାଗିସୋ ରବାଦା, ଅନରିଚ୍‌ ନର୍ଖିୟ‌ା, ଲୁଙ୍ଗି ଏନ୍‌ଗିଡି କିମ୍ବା ମାର୍କୋ ଜାନସେନ୍‌ ପର୍ଥର ବାଉନ୍ସିଂ ପିଚ୍‌ରେ କାୟା ବିସ୍ତାର କରିପାରନ୍ତି। ତେଣୁ ଏହି ପେସ୍‌ ଆକ୍ରମଣକୁ ଭେଦିବାରେ ପନ୍ତ୍‌ ସଫଳ ହୋଇପାରିବେ। କାରଣ ରବାଦା ଓ ନର୍ଖିୟାଙ୍କ ବିପକ୍ଷରେ ଖେଳିବା ଅଭିଜ୍ଞତା ପନ୍ତ୍‌ଙ୍କ ପାଖରେ ଅଧିକ ରହିଛି। ଏମାନେ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବାରୁ ପରସ୍ପରର ମଜବୁତ୍‌ ଓ ଦୁର୍ବଳତା ଜାଣିଛନ୍ତି। ସେହିପରି ଲେଗ୍‌ ସ୍ପିନର ୟୁଝବେନ୍ଦ୍ର ଚହଲ ମଧ୍ୟ ତୃତୀୟ ମ୍ୟାଚ୍‌କୁ ଫେରିପାରନ୍ତି। କାରଣ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଲେଗ୍‌ ସ୍ପିନ୍‌କୁ ଖେଳିବାରେ ସମସ୍ୟାରେ ପଡ଼ନ୍ତି। କିନ୍ତୁ ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ ଭଲ ବୋଲିଂ ସହିତ ବ୍ୟାଟିଂ କରିପାରୁଥିବାରୁ ଚହଲଙ୍କ ପ୍ରତ୍ୟାବର୍ତ୍ତନ ଆଶା କମ୍‌ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe